jayashree

ଡଃ ଏ.ଏନ୍. ଖୋସଲା ଡିଏଭି ପବ୍ଲିକ୍ ସ୍କୁଲ୍‌ରେ ଦନ୍ତ ଓ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଡଃ ଏ.ଏନ୍. ଖୋସଲା ଡିଏଭି ପବ୍ଲିକ୍ ସ୍କୁଲ୍‌ରେ ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ତତ୍ୱାବଧାନରେ ୪ ଓ ୫ ନଭେମ୍ବର ୨୦୨୬ ତାରିଖରେ ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ସହଯୋଗରେ ଦୁଇଦିନିଆ ଦନ୍ତ ଓ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ଉପକୃତ ହୋଇଥିଲେ । ଡାକ୍ତରୀ ବିଶେଷଜ୍ଞଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଦାନ୍ତ ଓ ସାଧାରଣ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା । ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା, ଦନ୍ତ ସ୍ୱଚ୍ଛତା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଦ୍ୟାଳୟ ପକ୍ଷରୁ ଏହି ଉପଯୋଗୀ ପଦକ୍ଷେପକୁ ସଫଳ କରିବାରେ ସହଯୋଗ କରିଥିବା ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ଡାକ୍ତରୀ ଦଳଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଯାଇଥିଲା । ଛାତ୍ରଛାତ୍ରୀଙ୍କ ସୁସ୍ଥ ଜୀବନ ଓ ସାମଗ୍ରିକ ବିକାଶ ପ୍ରତି ବିଦ୍ୟାଳୟର ଏହି ପ୍ରତିବଦ୍ଧତା ଏକ ପ୍ରଶଂସନୀୟ ପଦକ୍ଷେପ ।

Leave A Reply

Your email address will not be published.