csstore

ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ପୂର୍ବତନ ବ୍ରହ୍ମପୁର ନଗରପାଳ, ମୁଖ୍ୟମନ୍ତ୍ରୀ, ଭାରତ ବର୍ଷର ସୁନାମଧନ୍ୟ ଶିକ୍ଷାବିତ୍‌ ବିନାୟକ ଆଚାର୍ଯ୍ୟଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିନାହାନ୍ତି ବୋଲି ସୋମବାର ପୂର୍ବାହ୍ନରେ ପୂଜ୍ୟପୂଜା ସମିତି ପକ୍ଷରୁ ଆୟୋଜିତ ଆଚାର୍ଯ୍ୟଙ୍କ ୪୦ତମ ମହାପ୍ରୟାଣ ଦିବସରେ ବିଭିନ୍ନ ବକ୍ତା ଉଦବେଗ ପ୍ରକାଶ କରି ତାଙ୍କ ପ୍ରତି ହୋଇଥିବା ଅବିଚାରକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ପୂଜ୍ୟପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ସ୍ମାରକୀ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ବିନାୟକ ବାବୁଙ୍କ ପୁତ୍ର ଶିଶିର ଆଚାର୍ଯ୍ୟ, ଆଡ଼ଭୋକେଟ ଶିବ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ସେଠୀ, ଏସ୍‌. ଶ୍ୟାମ୍ବା ଶିବାରାଓ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଅବନୀ ଗୟା, ପ୍ରଦୀପ କୁମାର ସେଠୀ, ସୁବାସ ଚନ୍ଦ୍ର ମିଶ୍ର, ଶିକ୍ଷାବିତ୍‌ ରାଜେନ୍ଦ୍ର ପଣ୍ଡା, ଅଶୋକ ଦଳେଇ, ଗଗନ ଚନ୍ଦ୍ର ମଲ୍ଲିକ, ମନୋଜ କୁମାର ତରାଇ, ଗୋବିନ୍ଦ ନାୟକ, ସୁରେନ୍ଦ୍ର ନାଥ ପଣ୍ଡା, ଜଗନ୍ନାଥ ପାଢ଼ୀ, ଚିତ୍ତରଂଜନ ସାବତ ପ୍ରମୁଖ ଭାଷଣ ଦେଇ ବିନାୟକ ବାବୁଙ୍କ ବହୁମୁଖୀ ପ୍ରତିଭା, ନୈତିକତା ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରି ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ସମାଲୋଚନା କରିଥିଲେ । ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରଥ, ବିନାୟକ ବାବୁଙ୍କ ପୂର୍ଣ୍ଣ ଅବୟବ ମୂର୍ତ୍ତି ଭୁବନେଶ୍ୱରରେ ପ୍ରତିଷ୍ଠା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଜୟନ୍ତୀ ଓ ମହାପ୍ରୟାଣ ଦିବସ ସରକାରୀସ୍ତରରେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

jayashree
Leave A Reply

Your email address will not be published.