csstore

ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ବାର୍ଷିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖୁଜେନପାଲି ଶୈବ ପୀଠଠାରେ ସହରାଞ୍ଚଳ ପଣ୍ଡରା ସମାଜର ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଉକ୍ତ ଅବସରରେ ସମାଜର ରାଜ୍ୟ କାର୍ଯ୍ୟକାରିଣୀ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ଓ ଉପଦେଷ୍ଟାମାନେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀର ବୈଠକ ପରେ ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ଅôଧବେଶନ ଉଭୟ ସଂଗଠନର ସଭାପତି ରସରାଜ ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ କରିଥିଲେ ବରିଷ୍ଠ ସଭ୍ୟ ସୁଶୀଳ କୁମାର ବିଶି । ବିନୋଦ ବିହାରୀ ଭୋଇ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦୁତୀୟା ଦେହେରୀ । ମୁଖ୍ୟବକ୍ତା ଭାବରେ କ୍ଷମାନିଧି ଝାଙ୍କର ଯୋଗ ଦେଇ ସମାଜର ହିତ ପାଇଁ ସମସ୍ତେ ଆନ୍ତରିକତାର ସହ କାମ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ କମିଟିର ପଂଚାନନ ଦଳପତି, ରଞ୍ଜନ ମହଲା ନିଜ ନିଜ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ସଭାପତି ରସରାଜ ସା ମଧ୍ୟ ସଂଗଠନର ଏକତା ରକ୍ଷା କରି ଉତ୍ସର୍ଗିକୃତ ମନୋଭାବରେ କାମ କଲେ ସମାଜର ଉନ୍ନତି ହେବା ନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ଏବଂ କୃତୀ ଛାତ୍ର କାମାକ୍ଷା ମଲ୍ଲିକଙ୍କୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାଜର ରାଜ୍ୟ କାର୍ଯ୍ୟକାରି କମିଟିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ରଞ୍ଜନ ମହଲା, ସୁରେନ୍ଦ୍ର ଖମାରି, ବୁଦ୍ଧଦେବ ବିଶି, ଗୋବର୍ଦ୍ଧନ ସାହୁ, ପଂଚାନନ ଦଳପତି, ମୋହନ ବିଶି, ବିରେନ୍ଦ୍ର ପ୍ରସାଦ ଦେହୁରି, ଗୋପବନ୍ଧୁ ବାରିକ, ଖଗେଶ୍ୱର ବୁଡେକ, ବିରାଟ ପାଣ୍ଡେ, ମିତ୍ରୋଦୟ ସାହା, କବିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ବିଦ୍ୟାଧର ଦ୍ୱାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନରେଶ ଦ୍ୱାରୀ, ବଳଦେବ ବିଶି, ମାନଭଞ୍ଜନ ସା, ଗଂଗାଧର ଭୋଇ, ଭବାନୀ ଶଙ୍କର ଭୋଇ, ନୟନ ସା, କଳାକାହ୍ନୁ ଚୌହାନ, ସୌମ୍ୟ ରଞ୍ଜନ ଦ୍ୱାରୀ, ସୁଜିତ ଦେହେରୀ, ବାସୁଦେବ ସା, ବିପିନ ବିହାରୀ ନାଏକ, ମୁକେଶ ଭୋଇ, ସନତ ଭୋଇ, ରାମ ପ୍ରସାଦ ସା, ରାଜେଶ ଭୋଇ, କୁନା ବାରିକ, ଧୃବ ଚରଣ ଦ୍ୱାରୀ, ସୁଶିଳ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.