ତାଳଚେର ପ୍ରେସ୍ କ୍ଲବ୍‌ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ଦିବା ବାର ଘଣ୍ଟା ତିରିଶ ମିନିଟ ସମୟରେ ତାଳଚେର ହୋଟେଲ ବୃନ୍ଦାବନ ଅଡିଟୋରିଅମ୍‌ଠାରେ ତାଳଚେର ପ୍ରେସ୍ କ୍ଲବ୍ (ନୋଭାଲ୍)ର କର୍ମକର୍ତ୍ତା ଜାତୀୟ ପ୍ରେସ୍ ଦିବସ ପାଳନ କରିଛନ୍ତି । ଏହି ଅବସରରେ ପ୍ରେସ୍ କ୍ଲବ୍ (ନୋଭାଲ୍)ର ସଭାପତି ପ୍ରବୀଣ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ତାଳଚେର ବାର୍‌ଆସୋସିଆସନ୍‌ର ପୂର୍ବତନ ସଭାପତି ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ସମାଜସେବୀ ତଥା ଲେଖକ ଜ୍ୟୋତି ରଞ୍ଜନ ଦାସ ଏବଂ ମୁଖ୍ୟବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ଆର୍ତ୍ତତ୍ରାଣ ପାଣି ଓ ସମ୍ମାନୀତ ଅତିଥି ତଥା ଅନୁଷ୍ଠାନର ଆବାହକ ଜିତେନ୍ଦ୍ର ମହାପାତ୍ର ଏହି ସଭାକାର୍ଯ୍ୟରେ ଯୋଗଦେଇ ସଭାକୁ ସଞ୍ଚାଳନ କରିଥିଲେ । ମୁଖ୍ୟବକ୍ତା ଏହି ସଭାରେ ସାମ୍ବାଦିକଙ୍କ ସ୍ୱାଭିମାନ ଉପରେ ଗରୁତ୍ୱ ଦେଇ ନିର୍ଭିକ ସାମ୍ବାଦିକତା କରିବାକୁ ଆହ୍ୱାନ ଦେବା ସହିତ ନ୍ୟୁଜ୍ କରିବା ସମୟରେ ରାଜନେତାଙ୍କ ପ୍ରତିଶୃତିକୁ ଯେମିତି ନ୍ୟୁଜ୍ କରି ମୁଖ୍ୟପୃଷ୍ଠାରେ ବସାଯାଉଛି ଠିକ୍ ସେହିଭଳି ତାଳଚର ମାଟିର ସମସ୍ୟା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜନତାଙ୍କ ସମସ୍ୟା ସହିତ ବିସ୍ଥାପିତ ଗୋ’ ସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଉପସ୍ଥିତ ଗଣମାଧ୍ୟମ ପ୍ରତନିଧିଙ୍କୁ ବକ୍ତବ୍ୟ ମଧ୍ୟରେ ଅନୁରୋଧ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଜ୍ୟୋତି ରଞ୍ଜନ ଦାସ ତାଳଚେର ପ୍ରେସ କ୍ଲବ୍ (ନୋଭାଲ୍)ର ପୃଷ୍ଠଭୂମି ଏବଂ ଏହାର ଆଭିମୁଖ୍ୟ ଉପରେ ସାମ୍ୟକ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ବର ଗୁରତ୍ୱ ଉପରେ ଜୋର ଦେଇ ନରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ଆହ୍ୱାନ ଦେବା ସହିତ ସମ୍ବାଦ ପରିବେସଣ କରିବା ସମୟରେ ସରକାରୀ ଯୋଜନାର କାର୍ଯ୍ୟଶୈଳୀର ବାସ୍ତବତା ଲୋକଲୋଚନକୁ ଆଣିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ତାଳଚେର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ସହିତ ବରିଷ୍ଠ ଓକିଲ ଏବଂ ବୁଦ୍ଧିଜୀବୀଙ୍କ ଏକ ସମାଗମରେ ଜାତୀୟ ପ୍ରେସ୍ ଦିବସର ଗୁରୁତ୍ୱ ଆଲୋଚନାଚକ୍ର ଉତ୍ସବଟିକୁ ସଭାପତିଙ୍କ ଭୋଟ ଅଫ ଥାକ୍ସ ମଧ୍ୟରେ ଉଦ୍‌ଜାପନ ହୋଇଥିଲା ।

Leave A Reply

Your email address will not be published.

twenty − 3 =