om academy

ଡେଲାଙ୍ଗରେ ରାଷ୍ଟ୍ରୀୟ ପ୍ରେସ୍‌ ଦିବସ ପାଳିତ

jsm
  • ଆଚଂଳିକ ବିକାଶରେ ପ୍ରେସ୍‌, ପ୍ରଶାସନ, ପବ୍ଲିକ ପ୍ରତିନିଧିଙ୍କ ଭୂମିକା, ଶୀର୍ଷକ ଆଲୋଚନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପ୍ରେସ କ୍ଲବ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡଆ ପରିବାର, ଡେଲାଙ୍ଗର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌ ଦିବସ୍‌- ୨୦୨୩ ଗୁରୁବାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ-କୋଠବାଡ ପଚାଂୟତ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମହାସମାରୋରେ ପାଳିତ ହୋଇଯାଇଛି । ଏହି ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡେଲାଙ୍ଗ ବ୍ଲକ କୃଷି ଅଧିକାରୀ ମାନସୀ ମଧୁଭାଷିନୀ ପଶାୟତ, ମୁଖ୍ୟବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ତଥା ପ୍ରେସ୍‌ କ୍ଲବ ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ ପ୍ରମୁଖ ଯୋଗଦାନ କରି ଆଚଂଳିକ ବିକାଶରେ ପ୍ରେସ୍‌, ପ୍ରଶାସନ, ପବ୍ଲିକ ପ୍ରତିନିଧିଙ୍କ ଭୂମିକା, ଶୀର୍ଷକ ଆଲୋଚନାଚକ୍ରରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡଆ ପରିବାରର ନିଦ୍ଦେର୍ଶକ ତଥା ଡେଲାଙ୍ଗ ପ୍ରେସ୍‌ କ୍ଲବର ସମ୍ପାଦକ ଦିଲ୍ଲିପ କୁମାର ଧାଉଡିଆ ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ କରିବା ସହ ସଭାରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପତ୍ରକାରକ, ବୈଦ୍ୟୁତିକ, େଓବ୍‌ ମିଡିଆର ସାମ୍ବାଦିକ ଚିତରଞ୍ଜନ ଜେନା, ସିଦ୍ଧାର୍ଥ ବଳବନ୍ତରାୟ, ପ୍ରଦୀପ ରଞ୍ଜନ ବିଶ୍ୱାଳ, ଗୀତାରାଣୀ ରଣଜିତ, ଅନିମା ମିଶ୍ର ସମାଜସେବୀ ଆଲୋକମୟ ହରିଚନ୍ଦନ, ବାବୁରାମ ଦାସ, ବୁଲା ବେହେରା, ରବିନ୍ଦ୍ର କୁମାର ସାହୁଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ପରିଶେଷରେ ସାମ୍ବାଦିକ ରଶ୍ମିରଞ୍ଜନ ପ୍ର୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.