ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା କଲା ବୌଦ୍ଧ ପ୍ରେସ କ୍ଲବ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ଏକ ପ୍ରତିନିଧି ମଣ୍ତଳୀ ଆଜି ଶୁଣ୍ଢିପଦର ଗ୍ରାମକୁ ଯାଇ ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କୁ ସାକ୍ଷାତ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସ୍ୱର୍ଗତ ବସ୍ତିଆଙ୍କ ୨ ଝିଅଙ୍କ ପାଠପଢା ପାଇଁ ଧ୍ୟାନ ଦେବା ସହ ଆଗକୁ ଯଦି ଆବଶ୍ୟକ ପଡେ ତେବେ ସଂଘ ସହାୟତା ଯୋଗାଇ ଦେବ ବୋଲି ପ୍ରତିଶୃତି ଦେଇଛନ୍ତି । ପରିବାର ପ୍ରତି କିଭଳି ସରକାରୀ ସହାୟତା ମିଳି ପାରିବ ସେଥିପ୍ରତି ପ୍ରେସ କ୍ଲବ ପ୍ରୟାସ କରିବ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରକାଶ କରିଛନ୍ତି । ପ୍ରତିନିଧି ମଣ୍ଡଳୀରେ ସଂଘର ଉପସଭାପତି ସମରେଶ ମିଶ୍ର, ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ, ସଦସ୍ୟ ଦୁର୍ୟ୍ୟୋଧନ ବିଶି ଓ ରଂଜନ କୁମାର ଦାଶ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

two × 1 =