pakka

ମାର୍ଚ୍ଚ ୧୯ରେ ତାଲପାଲିପଡା ରାମଜୀମନ୍ଦିରର ରତ୍ନମୁଦ ସ୍ଥାପନ

bbehera
  • ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ରପାଣ୍ଠିରୁ ଚାଲିଛି କାମ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗୀର ସହରର ୪ ନମ୍ବର ୱାର୍ଡର ତାଲପାଲିପଡାରେ ବହୁବର୍ଷ ଅବହେଳିତ ହୋଇପଡିରହିଥିବା ମନ୍ଦିରର ପୁନଃନିର୍ମାଣ ଚାଲିଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିରକାମ ଶେଷପର୍ୟ୍ୟାୟରେ ପହଞ୍ଚିଛି । ରାଜ୍ୟସରକାର ଗତ କିଛିଦିନ ମଧ୍ୟରେ ମନ୍ଦିରଗୁଡିକର ରୂପାନ୍ତରଣ କରାଉଛନ୍ତି । ସେହିକ୍ରମରେ ତାଲପାଲିପଡାବାସୀଙ୍କ ଅନୁରୋଧ କ୍ରମେ ଏହି ରାମଜୀମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନୟନପାଣ୍ଠିରୁ ୬ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇ କାମ ଚାଲିଛି । ପୌରପାଳିକା ପକ୍ଷରୁ ରାମଜୀ ସ୍ୱୟଂସହାୟିକା ଗୋଷ୍ଠୀ ଏହାର କାମ କରାଉଛନ୍ତି । ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଏହାର ରତ୍ନମୁଦ ସ୍ଥାପନ କରାଯିବ ବୋଲି ପଡାବାସୀଙ୍କ ସୂତ୍ରରୁ ଜଣାଯାଇଛି । ରତ୍ନମୁଦ ପାଇଁ ସହରର ଶ୍ରଦ୍ଧାଳୁମାନେ ଧାନ, ଅଷ୍ଟଧାତୁ ଓ ସୁବର୍ଣ୍ଣାଦି ପ୍ରଦାନ କରିବାକୁ ପଡାବାସୀ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଆସନ୍ତା ୧୮ ତାରିଖରେ ଘ୨.୪୦ରୁ କଳସଶୋଭାଯାତ୍ରା ଅନୁଷ୍ଠିତ ହେବ । ୧୯ ତାରିଖରେ ୮.୫୧ରୁ ୧୦.୨୫ମି.ମଧ୍ୟେ ସୂର୍ୟ୍ୟପୂଜା, ଇନ୍ଦ୍ର, ଇନ୍ଦ୍ରାଣୀପୂଜା ମନ୍ଦିର ଗର୍ଭସଂସ୍କାର, ଧାନ୍ୟ ସ୍ଥାପନ ସହ ଦିନବେଳା ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହେବ । ଘ୩.୧୫ମି.ରେ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଆୟୋଜକ କମିଟି ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

17 + 15 =