ଜିଲ୍ଲା ପ୍ରେସକ୍ଲବର ୫ମ ପ୍ରତିଷ୍ଠା ଦିବସ

  • ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରକ୍ଷା କରିପାରିଛି

ବୌଦ୍ଧ, (ବଂଶୀଧର ମାଝୀ) : ଭାରତ ଗଣତନ୍ତ୍ରରେ ସାମ୍ବାଦିକ ତାର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିପାରିଛି । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜକୁ ଶୃଙ୍ଖଳିତ କରିବା ପାଇଁ ସବୁବର୍ଗରେ ସେ ତାର ଚେଷ୍ଟା ଜାରି ରଖିଛି ବୋଲି ଜିଲ୍ଲା ପ୍ରେସ କ୍ଲବର ୫ମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଯୋଗଦେଇ ଥିଲେ । ମୁଖ୍ୟବକ୍ତା ଭବେ ସୁବକ୍ତା ତଥା କୃଷକ ନେତା ସମ୍ବଲପୁରର ସରୋଜ କୁମାର ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅବସରକାଳୀନ ସମର୍ଦ୍ଧନା କରାଯାଇଥିଲା । ଏହି ଅବସରରେ କ୍ଲବର ବାର୍ଷିକ ମୁଖପତ୍ର ଶାକ୍ୟସ୍ୱର ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ୱଲପୁର, ବରଗଡ, ସୁବର୍ଣ୍ଣପୁର, ଆଠମଲ୍ଲିକ, ରେଢ଼ାଖୋଲ ଅଂଚଳରୁ ଆସିଥିବା ସାମ୍ବାଦିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯିବ ସହ ବୌଦ୍ଧର ରାଧାରାଣୀ ମହିଳା ସ୍ୱୟଂ ସହାୟକ ମହାସଂଘକୁ ମଧ୍ୟ ସମାଜ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ସଭାପତି ସରୋଜ କୁମାର ବେହେରା କାର୍ଯ୍ୟକ୍ରମରେ ଅଧକ୍ଷ୍ୟତା କରିଥିବା ବେଳେ ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ । ସଦସ୍ୟ ବାଲାଜୀ ବିଭୂରଞ୍ଜନ ତରାସିଆ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଲବର ଉପସଭାପତି ସମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରେସକ୍ଲବର ପତାକା ଉତ୍ତୋଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ୱେଛାସେବୀ ଓ ବରିଷ୍ଠନାଗରିକ ମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.

five × 4 =