csstore

୬୧ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଅଡଙ୍ଗ ତିଆଡି ଜାଗାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ୬୧ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ସୁପ୍ରତିଭା ଖୁଂଟିଆ ପୁରୀ ଶ୍ରୀ ଟାଇଟଲ ହାସଲ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍‌ ପ୍ରଦୀପ କୁମାର ସାହୁ, ସବକଲେକ୍ଟର ଭବତାରଣ ସାହୁ, ଚନ୍ଦନ ସାହୁ, ରବୀନ୍ଦ୍ର ନାଥ ପ୍ରତିହାରୀ, ମନୋଜ ରଥ, ବିଜୟକୃଷ୍ଣ ବ୍ରହ୍ମା, ମହନ୍ତ ରାମଚରଣ ଦାସ, ମହନ୍ତ ନାରାୟଣ ରାମାନୁଜ ଦାସ, ମହନ୍ତ ସୁଖରାମ, ମହନ୍ତ ମଣିରାମ, ସତ୍ୟ ନାରାୟଣ ମହାନ୍ତି ଓ ଭାରତୀକୃଷ୍ଣ ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ । ପୁରୀ ଜିଲ୍ଲା ବଡି ବିଲ୍ଡିଂ ଆସୋସିଏଶନ, ପୁରୀ ଜିଲ୍ଲା ପ୍ରଶାସନ ଓ ଆଠସାହି ଆଖଡା ସମନ୍ୱୟ କମିଟି ମିଳିତ ଆନୁକୂଲ୍ୟରେ ଏହା ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଆୟୋଜିତ ହୋଇଥିଲା ।

jayashree
Leave A Reply

Your email address will not be published.