ଶରଗାଡରେ ଦିନିକିଆ କ୍ରିକେଟ ପ୍ରତିଯୋଗିତା

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଶରଗାଡ ଗାଁରେ ରୟାଲ କ୍ଲବ ଆନୁକୂଲ୍ୟରେ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ ଶରଗାଡ ଓ ଭୟଙ୍କର ଦଳ ମଧ୍ୟରେ ହୋଇଥିଲା । ଶରଗାଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭରରେ ୩୫ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭୟଙ୍କର ଦଳ ଶେଷ ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭୟଙ୍କର ଦଳର ଅଜୟ ମ୍ୟାନ ଅଫ୍‌ ଦି ସିରିଜ ଓ ସତ୍ୟ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ । ରାକେଶ ଓ ସଜିତ ଖେଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.