jayashree

ବଲାଙ୍ଗିରରେ ଜମିବ କ୍ରୀଡ଼ା ମହାକୁମ୍ଭ, ଅକ୍ଟୋବର ୧୨ରୁ ରାଜ୍ୟସ୍ତରୀୟ ସ୍କୁଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ବ୍ୟାଡମିଣ୍ଟନ, ଫେନସିଂ, ଥାଙ୍ଗ-ତା ଏବଂ କ୍ରିକେଟ୍ ପ୍ରତିଯୋଗିତା- ୨୦୨୬ ଅନୁଷ୍ଠିତ ହେବ । ଆସନ୍ତା ଅକ୍ଟୋବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଓଡ଼ିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ଚାମ୍ପିଅନସିପ୍‌ରେ ୧୪ ଏବଂ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାଗୁଡ଼ିକ ପି.ଆର୍. ହାଇସ୍କୁଲ ଇନଡୋର ଷ୍ଟାଡିୟମ, ପି.ଆର୍. ହାଇସ୍କୁଲ କ୍ୟାମ୍ପସ, ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଏନ୍.ଜେ.ଭି.ପି. (ମିଶନ) ପଡ଼ିଆଠାରେ ଆୟୋଜିତ ହେବ । ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୦୦୦ରୁ ଅଧିକ ପ୍ରତିଯୋଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅତିଥି ଓ ପ୍ରତିନିଧୀମାନଙ୍କ ରହଣି ପାଇଁ ପି.ଆର୍. ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ (ପୁରୁଣା ଓ ନୂତନ ବ୍ଲକ), ଆର୍.ଜି. ହିନ୍ଦୀ ହାଇସ୍କୁଲ, ପି.ପି. ଏକାଡେମୀ, ଟାଉନ୍ ବାଳିକା ହାଇସ୍କୁଲ, ଟାଉନ୍ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ, ଇ.ଟି.ଇ.ଆଇ. ବଲାଙ୍ଗିର, ଶାନ୍ତିପଡ଼ା କଲ୍ୟାଣ ମଣ୍ଡପ, ସୁଦପଡ଼ା କଲ୍ୟାଣ ମଣ୍ଡପ ଏବଂ ଲକ୍ଷ୍ମୀନଗର କଲ୍ୟାଣ ମଣ୍ଡପକୁ ଚୟନ କରାଯାଇଛି ।

Leave A Reply

Your email address will not be published.