
ୟୁନିଭର୍ସାଲ୍ ଓଡିଶା ପକ୍ଷରୁ ୨୦୨୬ ଜୁନ୍ ୨୭ ଓ ୨୮ରେ ରାଉରକେଲା ଭଞ୍ଜ ଭବନରେ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତା
ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଜୁନ୍ ୨୭ ଓ ୨୮ ତାରିଖରେ ୟୁନିଭର୍ସାଲ ଓଡିଶା-୨୦୨୬ ପକ୍ଷରୁ ଏକ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଜି ହୋଟେଲ ପିୟର୍ଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ୟୁନିଭର୍ସାଲ ଓଡିଶାର ପ୍ରତିଷ୍ଠାତ୍ରୀ ତଥା ନିର୍ଦ୍ଦେଶିକା ଡକ୍ଟର ସୁସ୍ମିତା ଭଞ୍ଜଙ୍କ ସହିତ ପରିଚାଳନା ନିର୍ଦ୍ଦେଶକ ଆକାଶ ତନ୍ତୀ, ସୁବ୍ରତ ଭୂୟାଁ, ଅଙ୍କିତ୍ ଠାକୁର ପ୍ରମୁଖ ସୂଚନା ଦେଇ କହିଥିଲେ ଯେ, ୟୁନିଭର୍ସାଲ୍ ଓଡିଶା ୨୦୨୬ ରାଜ୍ୟର ସବୁଠାରୁ ପ୍ରତିଷ୍ଠିତ ସାଂସ୍କୃତିକ ଏବଂ ଫ୍ୟାଶନ ମାଇଲଖୁଣ୍ଟ ଭାବରେ ରାଜ୍ୟର ଭୁବନେଶ୍ୱରରେ ପ୍ରତିଯୋଗିତା ଆୟୋଜନ କରିଆସୁଥିଲା ବେଳେ ପ୍ରଥମ ଥର ପାଇଁ ରାଉରକେଲାରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଠିଆ ହୋଇଛି । ଏକ ଜାତୀୟ କ୍ୟାନଭାସରେ ଆଞ୍ଚଳିକ ପ୍ରତିଭାକୁ ସଶକ୍ତ କରି ପ୍ରତିଯୋଗିତାକୁ ପୁନଃ ପରିଭାଷିତ କରୁଛି ୟୁନିଭର୍ସାଲ୍ ଓଡ଼ିଶା । ୟୁନିଭର୍ସାଲ ଓଡିଶା ୨୦୨୬ ପକ୍ଷରୁ ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ସେମିଫାଇନାଲ ୨୦୨୬ ଜୁନ୍ ୨୭ ତାରିଖରେ ଏବଂ ଫାଇନାଲ୍ ଜୁନ୍ ୨୮ ତାରିଖରେ ରାଉରକେଲାର ଭଞ୍ଜ ଭବନ ପ୍ରେକ୍ଷାଳୟରେ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ୟୁନିଭର୍ସାଲ ଓଡିଶା ୨୦୨୬ର ରାଜ୍ୟ ନିର୍ଦ୍ଦେଶିକା ତଥା ପ୍ରତିଷ୍ଠାତ୍ରୀ ଡକ୍ଟର ସୁସ୍ମିତା ଭଞ୍ଜ ।