jsm

ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଦିନ ଦିବା ୧୧ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତା (୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକା) ଆୟୋଜନ ପାଇଁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ୨୭ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବଲାଙ୍ଗିରଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ପ୍ରତିଯୋଗିତାରେ ଫୁଟବଲ୍ ପାଇଁ ୫୩୬, ଫେନସିଂ ପାଇଁ ୭୪ ଏବଂ ଥାଙ୍ଗଟା ପାଇଁ ୩୭ ଜଣ ଏବଂ ୨୫୦ ଜଣ ବୈଷୟିକ ଅଧିକାରୀ ସମେତ ପ୍ରାୟ ୮୯୭ ଜଣ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ବିଭିନ୍ନ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ଫୁଟବଲ ପାଇଁ ଗାନ୍ଧୀ ଷ୍ଟାଡିୟମ, ଆର.ଏନ. ସିଂହ ଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପୃଥିରାଜ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ, ଟାଉନ୍ ସରକାରୀ ହାଇସ୍କୁଲ ଖେଳପଡ଼ିଆ ଏବଂ ମିଶନ ଖେଳପଡ଼ିଆ, ସାଇଟ୍ ଖେଳପଡ଼ିଆ, ସଦାଇପାଲି, ଖୁଜେନପାଲି ଖେଳପଡ଼ିଆ ଠାରେ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହେବ । ସେହିପରି ଫେନସିଂ ଏବଂ ଥାଙ୍ଗଟା ପାଇଁ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରରେ ଆୟୋଜନ ହେବ । ଉଦଘାଟନୀ ସମାରୋହ ୨୭.୧୧.୨୦୨୫ (ଗୁରୁବାର) ଅପରାହ୍ନ ୦୩.୦୦ ଟାରେ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ୨୯.୧୧.୨୦୨୫ ଅପରାହ୍ନ ୦୫.୦୦ ଟାରେ ବଲାଙ୍ଗିରର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଫେନସିଂ ଏବଂ ଥାଙ୍ଗଟା ପାଇଁ ସମାପନ ଉତ୍ସବ ଏବଂ ୩୦.୧୧.୨୦୨୫ ଅପରାହ୍ନ ୧୨.୩୦ ଟାରେ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ୍ ସମାପନ ଉତ୍ସବ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ପୌର ପରିଷଦ, କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ତଥା ସମସ୍ତ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.