csstore

ମୁରିବାହାଲ ଥାନା ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସରେ ମିନି ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲେକ୍ଷେ ରାଷ୍ଟ୍ରୀୟ ଏକତା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରନ୍ ଫର୍‌ ୟୁନିଟି ମିନି ମାରାଥନ ଦୌଡ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ପକ୍ଷରୁ ମଧ୍ୟ ଥାନା ଆଇଆଇସି ସନାତନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶୁକ୍ରବାର ସକାଳ ସମୟରେ ଏହି ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମିନି ମାରାଥନ ଦୌଡଟି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟଠାରୁ ବାହାରି ପୋଲିସ ଥାନା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବହୁ ଯୁବକ ସାମିଲ ହୋଇଥିଲେ । ଏହି ମିନି ମାରାଥନ ଦୌଡ଼ରେ ଗୁଡିଘାଟ ଗ୍ରାମର ରତ୍ନାକର ଭୋଇ ପ୍ରଥମ, ରେଙ୍ଗାଲି ଗ୍ରାମର ଜୀବର୍ଦ୍ଧନ ନାଗ ଦ୍ଵିତୀୟ ଓ ଗୁଡିଘାଟ ଗ୍ରାମର ଜଗଦୀଶ ଭୋଇ ତୃତୀୟ ସ୍ଥାନ ଅଧିକାର କରି ପୁଲିସ ପ୍ରଶାସନ ପକ୍ଷରୁ ପୁରସ୍କୃତ ହୋଇଥିଲେ । ଏହି ଏକତା ଦିବସ ଉପଲକ୍ଷେ ଅନୁଷ୍ଠିତ ମିନି ମାରାଥନ ଦୌଡ ପ୍ରତିଯୋଗିତାରେ ଥାନା ଏସଆଇ ପ୍ରମୋଦ କୁମାର ପଧାନ, ପଙ୍କଜିନୀ ବାଗ, କନେଷ୍ଟବଳ ପ୍ରୀତମ ପୁଝାରୀ, ବାଲାଜୁ ନାଲି, ରବୀନ୍ଦ୍ର ନାଗଙ୍କ ସହ ଥାନାର ସମସ୍ତ ପୁଲିସ କର୍ମଚାରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.