csstore

ମୟୁରଭଞ୍ଜ କଳା ଏକାଡ଼େମୀ ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚିତ୍ରକଳା ପ୍ରତିଯୋଗିତା

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ମୟୁରଭଞ୍ଜ କଳା ଏକାଡ଼େମୀ ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚିତ୍ରକଳା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ୨୫୦ ପିଲା ଭାଗ ନେଇଥିଲେ ଓ କଲ୍ୟାଣୀ ମହିଳା ସମିତି ଠାରେ ୨୭ ତାରିଖ ଦିନ ୧୨୫ ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ପିଲାମାନଙ୍କୁ ସାନ୍ତନା ମୂଳକ ପୁରସ୍କାର ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ତଥା ଜିଲ୍ଲା ଅଗ୍ରଣୀ ଚିତ୍ରଶିଳ୍ପୀ ଚାରୁଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବରେ ମହେନ୍ଦ୍ର ନାଥ ଦଣ୍ଡପାଟ ଓ ବିଶିଷ୍ଟ ସାହିତ୍ୟିକ ତଥା ମୟୁରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁ ସଭାରେ ଯୋଗ ଦେଇଥିଲେ । ସଭାର ପରିଚାଳନା ସଂସ୍ଥାର ସମ୍ପାଦକ ସ୍ୱରୂପ କୁମାର ନାୟକ, ମୋନାଲିଶା ନାୟକ ଓ ଅମ୍ରିତ ହୋତା ସହଯୋଗ କରିଥିଲେ । ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇଥିବା ପିଲାଙ୍କ ମଧ୍ୟରେ ଶୁଭଙ୍କର ପ୍ରତିହାରୀ, ଏମ୍‌ ସାଇ ପ୍ରୀତି, ଏମ୍‌ ସାଇ ଜ୍ୟୋତି, ପିୟୁଷ ପ୍ରିତମ ସାହୁ, ଦେବସ୍ମିତା ପାରମନିକ, ସାଇ ସତ୍ୟମ ମହାନ୍ତ, କନିଷ୍ଠ ବିଭାଗରେ ଗରିମା ମହାପାତ୍ର, ବନିତା ରଣା, ଇନ୍ଦ୍ରନୀଲ ଭୌମିକ, ସଞ୍ଜନା ମହାନ୍ତ, ଅଭିନନ୍ଦନ ସିଂ, ମୋନାଲିସା ବେରା, ସାଇପ୍ରତ୍ୟୁଷା ବଂଶୀୟାର, ଜୟସ୍ମିତା ପାରମାନିକ, କୀର୍ତିରାଜ ବେହେରା ପ୍ରମୁଖ ପୁରସ୍କୃତ ହୋଇଥିଲେ ।

jayashree
Leave A Reply

Your email address will not be published.