jayashree

ଆନ୍ତଃ ବିଦ୍ୟାଳୟ ବୌଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ, ରାଉରକେଲା ଶାଖା ତରଫରୁ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଠାରେ ଭାରତ୍‌ କୋ ଜାନୋ ଆନ୍ତଃ ବିଦ୍ୟାଳୟ ବୌଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସହରର ୨୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ବିଭାଗ ଓ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗ କରାଯାଇ ପ୍ରତିଯୋଗିତା କରାଯାଇଥିଲା । କବିତା ମାହାତୋଙ୍କ ସଂଯୋଜନା ଓ ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ସନାତନ ପ୍ରଧାନ, ନିରୀକ୍ଷକ ଭାବେ ଡାକ୍ତର ଆର୍‌ସି ମେହେର, ସ୍ୱତନ୍ତ୍ର ଅତିଥି ଭାବେ ସ୍କୁଲର ଅଧ୍ୟକ୍ଷ ଏଲ୍ ଏନ୍ ପ୍ରଧାନ ଓ ଉପାଧ୍ୟକ୍ଷ ବିଜୟ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଚିନ୍ମୟ ବିଦ୍ୟାଳୟର ସୀତାଂଶୁ ଶେଖର ସ୍ୱାଇଁ, ଚିରାଗ ମହନ୍ତ ପ୍ରଥମ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ମେଘନା ପତି ଓ ମୃଣାଳ ମହାନ୍ତି ଦ୍ୱିତୀୟ ତଥା ଡିଏଭି ପବ୍ଲିକ ସ୍କୁଲର ସମୀକ୍ଷା ପାତ୍ର ଓ ଅଂଶ ଆଚାର୍ଯ୍ୟ ତୃତୀୟ ସ୍ଥାନ, ସେହିପରି ବରିଷ୍ଠ ବିଭାଗରେ ଚିନ୍ମୟ ବିଦ୍ୟାଳୟର ସାଇ ସୋହମ ପାଲ, ଅସ୍ମିତ ଅନୁଭବ ପାଣି ପ୍ରଥମ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଲଗ୍ନଜିତ ପଣ୍ଡା ଓ ଆର୍ଯ୍ୟାନ୍ ପଟ୍ଟନାୟକ ଦ୍ୱିତୀୟ ତଥା ଡିଏଭି ପବ୍ଲିକ ସ୍କୁଲର ନିଧି ସୌମ୍ୟ ଓ ସଙ୍କେତ ପତି ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦର ସମ୍ପାଦିକା ବନ୍ଦିତା ମାହାତୋ, କୋଷାଧ୍ୟକ୍ଷ ଅସୀମ ଗୁପ୍ତା, ମଧୁସୂଦନ ମହାପାତ୍ର, ଶିବପ୍ରସାଦ ତ୍ରିପାଠୀ, ଜିତେନ୍ଦ୍ର ପ୍ରସାଦ, ଅନୁପମ ଗୁପ୍ତା, ସୁକୃତୀ ଶୁକ୍ଳା, ଶାଲେନ୍ଦ୍ର ସିଂ, ବିଷ୍ଣୁ ଅଗ୍ରୱାଲ, ରବି ଦାସ, ପ୍ରାଞ୍ଜଳୀ ନାଗ, ଅଞ୍ଜୁ କକ୍କଡ, ମଞ୍ଜୁ ମେହେର, ବବିତା ଶୁକ୍ଳା, ସ୍ନେହଲତା ପାତ୍ର, ମାନା ନାୟାର ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.