csstore

ସନ୍ତୋଷ କୁମାର ବୈକାରଙ୍କ ସ୍ମୃତିରେ ପଦ୍ମପୁରରେ ପ୍ରଥମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମରେ ଦିନିକିଆ ସନ୍ତୋଷ କୁମାର ବୈକାରଙ୍କ ସ୍ମୃତିରେ ପଦ୍ମପୁରରେ ପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବ୍ୟାଡମିଣ୍ଟନ ଉନ୍ନୟନ କମିଟିର ସଭାପତି ହରିଶଙ୍କର ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ମିଲୁ ସାହୁ, ବେଣୁମାଧବ ଦୋରା, ବିଷ୍ଣୁ ଦୋରା, ସଚ୍ଚିଦାନନ୍ଦ ବହିଦାର, ବିଦେଶୀ ସାହୁ, କପିଳ ଅଗ୍ରୱାଲ ଅତିଥି ଭାବରେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟରୁ ମୋଟ ୬୦ଟି ଟିମ ଅଂଶ ଗ୍ରହଣ କରିଥିଲେ । ରାକେଶ ସାହୁ, ଦୀପକ ଅଗ୍ରୱାଲ, ବଂଶୀ ଅଗ୍ରୱାଲ, ନିପୁନ, ଆକିବ, ରିକି, ଅନୁକଳ୍ପ ବୌଧଦୀପ୍ତ, ସ୍ମୃତିରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.