csstore

ଅଞ୍ଚଳ ମହାବିଦ୍ୟାଳୟରେ ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ମଞ୍ଚରେ ଗୀତ, ନୃତ୍ୟ ଏବଂ ନାଟକ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି । କକ୍ଷ ନମ୍ବର ୧ ଓ କକ୍ଷ ନମ୍ୱର ୨ରେ ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଡ. ସରୋଜ କୁମାର ନାଏକ ସଞ୍ଚାଳନ କରିଛନ୍ତି । ବିଚାରକ ଭାବେ ଯୋଗଦାନ କରିଥିଲେ ନାଟ୍ୟକାର ଅଶୋକ ବହିଦାର, ସଙ୍ଗୀତ ବାଦ୍ୟନୃତ୍ୟ ବିଷାରଦ ରମେଶ ଗୁର୍ଲା, ନୃତ୍ୟ ନିର୍ଦ୍ଦେଶିକା ଅଞ୍ଜଳି, ଅଭିନେତା ଟେନେସ୍ ପଣ୍ଡା । ଡ. ବିରଞ୍ଚି ସାହୁ, ତାରା ପ୍ରସାଦ ଶତପଥୀ, ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ସନ୍ତୋଷ କୁମାର ମିଶ୍ର, ନବକୃଷ୍ଣ ମିଶ୍ର, ପ୍ରମୋଦ କୁମାର ତ୍ରିପାଠୀ, ଡ. ତୁଷାରକାନ୍ତ ସାହୁ, ଡ. ସୁବୋଧ କୁମାର ତ୍ରିପାଠୀ, ଜୟ କୁମାର ଭୁଏ, ଶ୍ରୀମତୀ ପୂର୍ଣ୍ଣିମା ଦୋରା, ପ୍ରମୋଦ ପାଣିଗ୍ରାହୀ, ଶ୍ରୀମତୀ ତାପିନୀ ପଣ୍ଡା, ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀମତୀ ରିନା ଧର୍ମବିନାୟକ, ସୁଶ୍ରୀ ସୁରେଶ୍ଵରୀ ପାଣ୍ଡେ, ଡ. ମମତାମୟୀ ଗୁରୁ ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.