ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ପଦନ୍ନୋତି ଘୋଷଣା କରିବା ପରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୃୃତଜ୍ଞତା ପ୍ରଦାନ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଓ ବିଜେଡ଼ି ସଂଗଠକ ପ୍ରଣବ ପ୍ରକାଶ ଦାଶଙ୍କୁ ଏଥିପାଇଁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଛି । ପୂର୍ବରୁ ଏଲିମେନ୍‌ଟାରୀ କ୍ୟାଡ଼ର୍‌ ଓ ରେସିଡେନ୍ସି ପିରିଅଡ଼୍‌ରେ ଥିବା ସମୟ ସୀମାକୁ ରାଜ୍ୟ ସରକାର କୋହଳ କରିଥିବାରୁ ସଂଘ ସ୍ୱାଗତ କରିଛି । ଏହାଦ୍ୱାରା ରାଜ୍ୟର ୬୩ ହଜାର ୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ । ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ମିଳିଲେ ଅନେକ ଖାଲି ରହିଥିବା ଶିକ୍ଷକ ପଦବୀ ପୂରଣ ହେବା ସହ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରତିନ୍ଦ୍ର ରାୟ ଓ ସାଧାରଣ ସଂପାଦକ ପ୍ରଦୀପ ଖମାରୀ ମତବ୍ୟକ୍ତ କରିଛନ୍ତି । ସରକାରଙ୍କ ଏହି ଘୋଷଣାକୁ ସମସ୍ତ ବ୍ଲକ କର୍ମକର୍ତ୍ତା ବୃନ୍ଦ ସ୍ୱାଗତ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

twelve + two =