pakka

ଅସହାୟ ମହିଳାଙ୍କୁ ସାହା ହେଲା ମାହେଶ୍ୱରୀ ସଂଗଠନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ପୂର୍ବରୁ ମାହେଶ୍ୱରୀ ସଂଗଠନ ସେବା ପରମଧର୍ମକୁ ପାଥେୟ କରି ଜନସେବାରେ ଲିପ୍ତ ରହିଛି । କରୋନା ମହାମରୀର ପରବର୍ତ୍ତୀ ସମୟରେ ସଂଗଠନ ଉପରେ ସାମାଜିକ ଦାୟିତ୍ୱ ଆହୁରି ବଢି ବଢି ଚାଲିଛି । କେଉର୍ ରୋଗୀଙ୍କୁ ଡାକ୍ତଖାନାରେ ଚିକିତ୍ସା ପାଇଁ ପହଞ୍ଚାଇବା ହେଉ କି ରୋଗୀଙ୍କ ପାଖକୁ ଅକ୍ସିଜେନ ସିଲଣ୍ଡର ଓ ଡାକ୍ତରୀ ଉପକରଣ ପହଞ୍ଚଇବା ଦାୟିତ୍ୱ ସଂଗଠନ ବେଶ ସେବା ଧର୍ମାନୁସାରେ ପାଳନ କରିଛି । ମହାମାରୀ ସମୟରେ ସଂଘର ଏହି ମାନବସେବା ଅନେକ ଯୁବପିଢିକୁ ଉତ୍ସାହିତ କରିବା ସହ ସଂଗଠନ ବିଭିନ୍ନ ଅଂଚଳରେ କାୟା ବିସ୍ତାର କରିଛି । ସେହି କ୍ରମରେ ଟିଟିଲାଗଡ ଅଞ୍ଚଳସ୍ଥ ୫୦ ବର୍ଷୀୟ ମହିଳା ଦଇତା ବିଭାର କର୍କଟ ରୋଗରେ ପିଡିତ ହୋଇ ଦିନ ଗଣୁ ଥିବା ଖବର ପାଇଥିଲା ସଂଗଠନ । ସଂଗଠନର କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ଟିଟିଲାଗଡ ପହଞ୍ଚି ଦଇତାଙ୍କ ଚିକିତ୍ସ କରାଇବା ପରେ ତାଙ୍କୁ ରାଇପୁରକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ବାଲକୋ କର୍କଟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିବା ସହ ବିନା ମୂଳ୍ୟରେ ଚିକିତ୍ସା କରାଇବା ପାଇଁ ବନ୍ଦୋବସ୍ତ କରାଇଥିବା ସଂଗଠନ ସୂଚନା ଦେଇଛି । ଏହି ମହତ କାର୍ଯ୍ୟକ୍ରମରେ ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ, ସଂଯୋଜକ ପ୍ରୀତିଶ କୁମାର ମିଶ୍ର, ବାଲକୋର ଆସିଷ୍ଟାଣ୍ଟ ମ୍ୟାନେଜର ସତ୍ୟ ପ୍ରକାଶ ଆଚର୍ଯ୍ୟ ତଥା ଓଏସଟିଏ୍‌ଫର ଜିଲ୍ଲା ସଂଯୋଜକ ସୁବ୍ରତ ସାହୁ ପ୍ରମୁଖ ସହେଯାଗ କରିଥିଲେ ।

jay balangir
Leave A Reply

Your email address will not be published.

twelve + 12 =