ଘୁଙ୍ଗୁରୁ ସଂଗୀତ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

csstore

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିରର ବ୍ଲେସିଂ ଫର ସୋସାଇଟି ଟ୍ରଷ୍ଟ ତରଫରୁ ଘୁଙ୍ଗୁରୁ ସଂଗୀତ ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଉପଦେଷ୍ଟା ସଦସ୍ୟ ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ହୋଇଥିବା ସାଂସ୍କୃତିକ ସଭାରେ ଗୁରୁଶ୍ରୀ ଆଲୋକ ଦାସ, ଗୁରୁଶ୍ରୀ ଦିଲ୍ଲୀପ କୁମାର ସିଂହଦେଓ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ନାଟ୍ୟକାର ନିର୍ଦେଶକ କାର୍ତିକ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିରରେ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଧାରାକୁ ଆଗକୁ ବଢ଼ାଇବାରେ ଘୁଙ୍ଗୁରୁ ନୃତ୍ୟ ମହାବିଦ୍ୟାଳୟର ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁନିତା କୁମରା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଗୁରୁ ଶିବଶଙ୍କର ମେହେରଙ୍କୁ ତାଙ୍କର ଓଡିଶୀ ଓ ଲୋକନୃତ୍ୟରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀମତୀ ଗୀତାଞ୍ଜଳି ମେହେର ସାଂସ୍କୃତିକ ସଭାକୁ ସଂଯୋଜନା କରିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ଛାତ୍ରଛାତ୍ରୀ ମାନଙ୍କର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଓଡିଶୀର ମଙ୍ଗଳାଚରଣରୁ ଆରମ୍ଭ କରି ଶେଷ ହୋଇଥିଲା ପାରମ୍ପରିକ ଲୋକନୃତ୍ୟରେ । ପରିବେଷଣ କରିଥିଲେ ଆଦ୍ୟାଶା ଅବନ୍ତିକା ମେହେର, ପୂର୍ବୀ ପ୍ରତ୍ୟାଶା ଚୌଧୁରୀ, ଦୁର୍ଗେଶ୍ୱରୀ ପଟେଲ, କିମାୟା ମିଶ୍ର, ସ୍ପନ୍ଦନା ଭୋଇ, ଦିବ୍ୟାଂଶୀ ହୋତା, ଚାରୁ ଚର୍ଚିତା ଦାସ, ତନିଶା ନାୟକ, ସିଦ୍ଧି ଲଗ୍ନା ତ୍ରିପାଠୀ, ଆରାଧ୍ୟା, ଶ୍ରେୟାଂଶୀ ମିଶ୍ର, ଆୟାଂଶୀ ଦାସ, ସମ୍ପୂର୍ଣ୍ଣା ମିଶ୍ର, ଅପର୍ଣା ଦ୍ୱିବେଦୀ, ଅହଲ୍ୟା ରାଣୀ ମହାପାତ୍ର, ତୋସିକା ସାହୁ, ତୋୟୋନା ସାହୁ, ଅଲୌକିକା ମାଝୀ, ଅଲିସା ପଣ୍ଡା, ଦୀଲେଶ୍ୱରୀ ବେହେରା, ଋତୁ ପଧାନ, ସାନଭୀ ତ୍ରିପାଠୀ, ନମିତା ମାଝୀ ପ୍ରମୁଖ । ନୃତ୍ୟ ନିର୍ଦେଶନା ଦେଇଥିଲେ ଶ୍ରୀମତୀ ସୁନିତା କୁମରା ।

Leave A Reply

Your email address will not be published.