csstore

ଜୟପାଟଣାରେ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣାର ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ ଦିବସ ପାଳନ କମିଟି ଆନୁକୁଲ୍ୟରେ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି । ଏନ୍‌. ଡି. ସି. ସି. ଅଧ୍ୟକ୍ଷ ତଥା ତହସିଲଦାର ରଘୁନାଥ ମୁଣ୍ଡାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆରମ୍ଭ କରାଯାଇ ବ୍ୟବସ୍ଥା ଗତ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଥିଲା । ଏହି ସଭାରେ ବରିଷ୍ଠ ନାଗରିକ, ବିଭିନ୍ନ ଶିକ୍ଷାନୁଷ୍ଠାନ ସ୍ୱେଚ୍ଛାସେବୀ ସଂଗଠନ ସମେତ ବ୍ଲକ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବୀର କିଶୋର ପଣ୍ଡା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିକ୍ରମ ସିଂହ ମାଝୀ, ଅଧ୍ୟାପକ ପ୍ରତାପ ଦାସ ଅଧିକାରୀ, ମଞ୍ଚାସୀନ ରହିଥିବା ବେଳେ କମିଟି ସଦସ୍ୟ ପ୍ରକାଶ ଦୁରିଆ, ଦିବାକର ପଟ୍ଟନାୟକ, ଦିଲ୍ଲୀପ କୁମାର ରାଉତ, କୃଷ୍ଣଚନ୍ଦ୍ର ରାଉତ, ପ୍ରଶାନ୍ତ ପଣ୍ଡା, ଯଶୋଦା ପଟ୍ଟନାୟକ, ଚିତ୍ତ ରଂଜନ ଦଳପତି, ପ୍ରଦୀପ କୁମାର ସରବୁ, ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ଦିବାକର ପଟ୍ଟନାୟକ ସଭା ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.