p purohi

ଭଗବାନ ସାହୁଙ୍କ ପୁସ୍ତକ ଉନ୍ମୋଚନ ପାଇଁ ପ୍ରସ୍ତୁତି ବୈଠକ

dr. purohit

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୨୮ ତାରିଖରେ ବିଜୁ ପଟ୍ଟନାୟକ ଟାଉନ ହଲରେ ହେବାକୁ ଥିବା ଗୁରୁଶ୍ରୀ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରସ୍ତୁତି ବୈଠକ ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦୈନିକ ସଂବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଓ ପଦ୍ମଶ୍ରୀ ହଳଧର ନାଗ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଉକ୍ତ ବୈଠକରେ ଗୁରୁଶ୍ରୀ ଭଗବାନ ସାହୁ ସ୍ମୃତି କମିଟୀର ସଂପାଦକ ଶ୍ରୀ ପ୍ରଦୀପ ଦେବତା, ଦଧିବାବନ ଶତପଥୀ, ଲୁଲୁ ରବୀନ ଦାସ, ପ୍ରୀତମ ସିଂ, ରୋହିତ କୁମାର ଦାଶ, ଡଃ ଶେଷନ ବିଶି, ଅଶୋକ ପଶାୟତ, ପଞ୍ଚାନନ ବାରିକ, ତରଣୀସେନ ବୁଧିଆ, ମାମରାଜ ସ୍ବାଇଁ, ଉଦ୍ଧବ ବେହେରା, ଶିବାନନ୍ଦ ମଟାରୀ, ନିତୀଶ ଆଚାର୍ୟ୍ୟ ପ୍ରମୂଖ ଯୋଗଦାନ କରିଥିଲେ । ଶେଷରେ ସହ ସଂପାଦକ ତେଜରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.