ମାଣ୍ଡିଆରେ ତିନିଠାକୁରଙ୍କ ଚିତ୍ର ପ୍ରସ୍ତୁତ

ଭୁବନେଶ୍ୱର : ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ପ୍ରୟାସ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ମିନିଏଚର୍‌ ଆର୍ଟ ମାଧ୍ୟମରେ ସେ ମାଣ୍ଡିଆର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେବାକୁ ଚାହିଁଛନ୍ତି । ସୋରିଷଠାରୁ ଆକାରରେ ସାନ ଦେଖାଯାଉଥିବା ଏହି ମାଣ୍ଡିଆରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ପ୍ରସ୍ତୁତ କରିଛନ୍ତି । ୦.୧ ବ୍ୟାସ ବିଶିଷ୍ଟ ଗୋଟିଏ ଗୋଟିଏ ମାଣ୍ଡିଆ ଦାନାରେ ସେ ଏପରି ସୂକ୍ଷ୍ମ ଚିତ୍ରକଳା କରିଛନ୍ତି । ବିଭିନ୍ନ ରଙ୍ଗ ବ୍ୟବହାର କରି ସେ ଅବିକଳ ତିନିଠାକୁରଙ୍କ ଚିତ୍ର ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.