jayashree

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପଞ୍ଚାୟତ ସମ୍ବଳ କେନ୍ଦ୍ର ବଲାଙ୍ଗିର ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ଆଦୃତ ଚିଲ୍ଡରେନ ହୋମ, ଧୂମାମରା, ପର୍ବତିଗି ବାଲ୍ ନିକେତନ, ପଥରଚେପା, ଗ୍ରାମ ମଙ୍ଗଳ ପାଠାଗାର, ସାଲେପାଲି, ଉତ୍କଳ ବାଳାଶ୍ରମ, ଶିଶୁ ହେଲ୍ପ ଡେସ୍କ, ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ, ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ସିଆର୍‌ଏସ୍‌ର ମନୋରଞ୍ଜନ ଦାସ, ଶିଶୁ ମଙ୍ଗଳ ସମିତିର ଏସ୍ ଲତାଶ୍ରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସୁରକ୍ଷା ଅଧିକାରୀ ସୁଜାତା ଦୋରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ୱାସ୍ଥ୍ୟ ଓ ମନୋ ସାମାଜିକ ଅଧିକାରୀ ସୁଶ୍ରୀ ଶ୍ରାବଣୀ କାଲସାଇ, ମଳୟ କୁମାର ନାଗ ପ୍ରମୁଖ ଯୋଗଦାନ କରି ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇଥିଲେ । ତାଲିମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା ଅତିଥି ଓ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ ଜଣାଇ ତାଲିମକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ସଂଯୋଜନା କରିଥିଲେ । ତାଲିମ ଦାତ୍ରୀ ଭାବେ ସୌମ୍ୟା ଏସ୍‌ ମହାପାତ୍ର ତାଲିମ ପ୍ରଦାନ କରିଥିଲେ । ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ସହାୟତା, ମାନସିକ ଆଘାତର ପ୍ରଭାବ, ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ପ୍ରାଥମିକ ଚିକିତ୍ସା, ସଙ୍କଟ ଗ୍ରସ୍ତ ଶିଶୁ ମାନଙ୍କ ପାଇଁ ସମ୍ବେଦନଶୀଳ ବ୍ୟବହାର, କାଉନସେଲିଂ ପ୍ରକ୍ରିୟା ସମ୍ପର୍କରେ ପୁଙ୍ଖାନା ପୁଙ୍ଖ ଭାବରେ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ପ୍ରୋଗ୍ରାମ ଅଫିସର ସୁଧାଂଶୁ ଶେଖର କୁମ୍ଭାର, ଆଶିଷ ନାଏକ୍, ଆଇନ୍ ପରିବେକ୍ଷକ ଅଧିକାରୀ ଦିଗମ୍ବର କର, ହରିବନ୍ଧୁ ରାଉତ୍, ଡଲି ବେହେରା, ଚାଇଲ୍ଡ ହେଲ୍ପ ଲାଇନ୍‌ର ସୁଦନ ଖମାରୀ, ଶ୍ରଦ୍ଧାଞ୍ଜଳି ସିଂ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.