csstore

ଲଗାଣ ବର୍ଷା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ସଜାଗ : ପ୍ରଶାସନିକ ଟିମ୍‌ ସହ ସାରା ରାତି ବିଭିନ୍ନ ସ୍ଥାନ ବୁଲିଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଠାରୁ ଜାରି ରହିଛି ବଲାଙ୍ଗିର ସହରରେ ବର୍ଷା । ତେବେ ଗତକାଲି ସଂଧ୍ୟା ଠାରୁ ବର୍ଷା ଜୋର୍‌ ଧରିଥିବା ବେଳେ ମଧ୍ୟ ରାତ୍ରୀ ବେଳକୁ ଅବସ୍ଥା ସାଂଘାତିକ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲାପାଳ ପ୍ରଶାସନିକ ଟିମ୍‌ ସହ ସାରା ରାତି ବିଭିନ୍ନ ସ୍ଥାନ ବୁଲି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ରାତି ପ୍ରାୟ ସାଢେ଼ ୧୨ଟା ସମୟରେ ଗନ୍ଧରେଲ୍‌ ଡେମ୍‌କୁ ଯାଇ ସ୍ଥିତି ପରଖିବା ସହ ଜଳ ନିଷ୍କାସନ ପାଇଁ ଗେଟ୍‌ ଖୋଲାଇଛନ୍ତି ଓ ଆବଶ୍ୟକ ସ୍ଥଳେ ବ୍ଲକେଜ୍‌ ହଟାଇବାର ବ୍ୟବସ୍ଥା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ପିଡ଼ି (ଡୁଡ଼ା), ପୌରନିର୍ବାହୀ ଅଧିକାରୀ ବିପିନ ଦୀପ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ସାମିଲ୍‌ ଥିବା ବେଳେ ବ୍ଲକେଜ୍‌ ହଟାଇବା ପାଇଁ ଜେସିବି ଗାଡ଼ି ସହ ସଫେଇ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିବା ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.