om academy

ଆଇଏନ୍‌ଏସ୍‌ଏମ୍‌ଏମ୍‌ ଓ ଇଇଏଫ୍‌ର ଉପସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ନେସନାଲ୍ ଷ୍ଟିଲ ମେଟାଲ ମାଇନ୍ସ ଏବଂ ଇଂଜିନିୟରିଂ ଏମ୍ପ୍ଲୋଇଜ ଫେଡେରସନ୍‌ (ଆଇଏନ୍‌ଏସ୍‌ଏମ୍‌ଏମ୍‌ ଏବଂ ଇଇଏଫ୍‌)ର ସର୍ବଭାରତୀୟ ଉପସଭାପତି ଭାବେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ଫେଡେରସନ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ. ସଂଜୀବ ରେଡୀ ସଭାପତି ଭାବେ, ରଘୁନାଥ ପାଣ୍ଡେ ସାଧାରଣ ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଉରକେଲା ଶ୍ରମିକ ସଂଘ କାର୍ଯ୍ୟାଳୟରେ ସଭାନେତ୍ରୀ ଡି.ଏନ୍. ପାଣିକରଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ବେହେରା କହିଲେ ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ରାଉରକେଲା ଇସ୍ପାତ କାରଖାନା ଶ୍ରମିକ କର୍ମଚାରୀ ଏବଂ ଆର୍‌ଏସ୍‌ଏସ୍‌ ଶ୍ରମିକ ୟୁନିୟନ କର୍ମକର୍ତ୍ତାମାନଙ୍କର ସଦିଚ୍ଛା, ସହଯୋଗ ଓ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆଗାମୀ ଦିନରେ ଷ୍ଟିଲ ପ୍ଲାଣ୍ଟ, ମେଟାଲ ଇଂଜିନିୟରିଂ କର୍ମଚାରୀ ତଥା ଶ୍ରମିକ ମାନଙ୍କର ନାର୍ଯ୍ୟ ଦାବୀ ପୂରଣ କରିବା ପାଇଁ ଫେଡେରସନ ନିରନ୍ତର କାର୍ଯ୍ୟ କରିବ ଏବଂ ଶ୍ରେଷ୍ଠତ୍ୱ ପ୍ରମାଣ କରିବା ପାଇଁ କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଛି । ଏହି ସଭାରେ ଆର୍‌ଏସ୍‌ପିର କର୍ମଚାରୀ ଓ ଆର୍‌ଏସ୍‌ଏସ୍‌ ୟୁନିୟନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ବୋଲି ସଂଚାର ମୁଖ୍ୟ ନିହାର ସାମଲ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.