csstore

ସଇଁନ୍ତଲା ବାଳିକା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପ୍ରଶଂସା କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେଲାଣି ସ୍କୁଲ କଲେଜ ବନ୍ଦ ରହିଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ବେଳେ ଅନଲାଇନ ମାଧ୍ୟମରେ ଘରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି । ତେବେ ଧୀରେ ଧୀରେ କରୋନା ମହାମାରୀ ହ୍ରାସ ପାଇଥିବାରୁ ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମରେ ଆସନ୍ତା ୨୬ ତାରିଖରେ ସାରା ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ । ତେବେ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ସ୍ଥିତି କିଭଳି ଭାବରେ ରହିଛି ତାହାର ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ରହିଛି ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳିକା ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଜିଲ୍ଲା ନୋଡାଲ ଅଫିସର ସୂର୍ଯ୍ୟମଣି ମିଶ୍ର ପ୍ରମୁଖ ଉକ୍ତ ସ୍କୁଲକୁ ଗସ୍ତ କରି ତଦାରଖ କରିଥିଲେ । ତେବେ ସ୍କୁଲରେ ଭିତ୍ତିଭୂମି, ସ୍କୁଲର ସ୍ୱଚ୍ଛତା, ପରିବେଶ ବେଶ ଖୁବ ସୁନ୍ଦର ଦେଖା ଯାଉଥିବା ବେଳେ ଏନେଇ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଭୀମସେନ ଦେହେରିଙ୍କୁ ପ୍ରଶଂସା କରିବା ସହ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ପରେ ସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରା ବୃକ୍ଷ ରୋପଣ କରିଥିଲେ । ଏଥିରେ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର, ଜୋଷ୍ଣ।ମୟୀ ତ୍ରିପାଠୀ, ଝସକେତନ ମନହୀରା, ନିପନ ନାୟକ, ବ୍ରହ୍ମା ଭୋଇ, ବୀଣାପାଣି ନନ୍ଦ, ବାସୁଦେବ ସୁନାନୀ, ଗୌରୀ ରଣା, ଗଣେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.