ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯୬୯ଜଣକୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୨୨ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନୁଗୁଳରୁ ୧୧, ଗଜତସିଂହପୁରରୁ ୮, କେନ୍ଦ୍ରାପଡ଼ାରୁ ୬, ବାଲେଶ୍ୱରରୁ ୫, ଢେଙ୍କାନାଳରୁ ୪, ଭଦ୍ରକ ଓ ପୁରୀରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.