pakka

ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

bbehera

● ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ ଆସନ ଏବଂ ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯ ବେତୁଲ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୭ ମେ ୨୦୨୪ରେ ହେବ ମତଦାନ
● ସମସ୍ତ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ୧୯ ଏପ୍ରିଲ ୨୦୨୪

ନୂଆଦିଲ୍ଲୀ, (ପିଆଇବି) : ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବା ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ କ୍ଷେତ୍ର (ପିସି) ପାଇଁ ଆସନ୍ତାକାଲି ଅର୍ଥାତ୍ ୧୨.୦୪.୨୦୨୪ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯ ବେତୁଲ (ଏସ୍‌ଟି) ପିସି ନିର୍ବାଚନ ପାଇଁ ମଧ୍ୟ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ମଧ୍ୟପ୍ରଦେଶର ୨୯ ବେତୁଲ (ଏସ୍‌ଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ସହ ଏହି ୯୪ଟି ସଂସଦୀୟ କ୍ଷେତ୍ରରେ ମତଦାନ ୦୭.୦୫.୨୦୨୪ରେ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୯ ବେତୁଲ (ଏସ୍‌ଟି) ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବହୁଜନ ସମାଜ ପାର୍ଟିର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉ, ଗୋଆ, ଗୁଜରାଟ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ।

jay balangir
Leave A Reply

Your email address will not be published.

14 − twelve =