pakka

ବିପୁଳ ପରିମାଣର ବିଅର ଓ ବିଦେଶୀ ମଦ ଜବତ : ଜଣେ ଗିରଫ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଅବକାରୀ ଥାନା ଆଗଲପୁର ବ୍ଲକର ବିନ୍ଧାପାଲି ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଅର ଓ ବିଦେଶୀ ମଦ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ବଲାଙ୍ଗିର ମୋବାଇଲ ଅବକାରୀ ସ୍କ୍ୱାର୍ଡ, ପାଟଣାଗଡ ଅବକାରୀ ବିଭାଗ ଓ ଲୋଇସିଂହା ଅବକାରୀ ବିଭାଗ ବିନ୍ଧାପାଲି ଗ୍ରାମର ସୁନିଲ ସାହୁଙ୍କ ଘରେ ଚଢ଼ାଉ କରି ୧୩୮ ଲିଟର ବିଅର୍ ଓ ୪୧.୫୬୫ ଲିଟର ବିଦେଶୀ ମଦ ଜବତ କରିବା ସହିତ ଅଭିଯୁକ୍ତ ସୁନିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

9 + 7 =

error: Content is protected !!