pakka

ଜାଲିଆତି ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜମି ରେଜିଷ୍ଟ୍ରେସନ୍‌ ମହଙ୍ଗା ପଡିଲା : ବନ୍ଧା ହେଲେ ୨ ଅଭିଯୁକ୍ତ

bbehera

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଜାଲିଆତିରେ ପ୍ରସ୍ତୁତ କରିଥିବା ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜମି ରେଜିଷ୍ଟ୍ରେସନ୍‌ କରିବା ବିକ୍ରେତା ଓ ମଧ୍ୟସ୍ଥିଙ୍କୁ ମହଙ୍ଗା ପଡିଛି । ଏଭଳି କାର୍ଯ୍ୟ ଧରା ପଡିବା ପରେ ଉଭୟେ ଆଜି କୋର୍ଟ ଚାଲାଣ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କଲମପୁର ଥାନା ଅନ୍ତର୍ଗତ ମିନଗୁର ଗ୍ରାମର ଟିକେଶ୍ଵର ନାଗ ଜମି ବିକ୍ରି ନିମନ୍ତେ ଉଦ୍ୟମ କରିଥିଲେ । ଏଥିପାଇଁ ମଧ୍ୟସ୍ଥି ସାଜିଥିଲେ ଏହି ବ୍ଳକ ଅନ୍ତର୍ଗତ ବାଗପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା । ଉଭୟେ କାଗଜପତ୍ର ଯୋଗାଡ ସମୟରେ ଉତ୍ତରାଧିକାରୀ ପ୍ରମାଣପତ୍ରକୁ ଜାଲିଆତି କରି ଓକିଲ ମାଧ୍ୟମରେ କାଗଜପତ୍ର ପ୍ରସ୍ତୁତ କରି ରେଜିଷ୍ଟ୍ରେସନ୍‌ ଅଫିସରଙ୍କ ନିକଟରେ ଦାଖଲ କରିଥିଲେ । ଯାଞ୍ଚ ସମୟରେ ଉତ୍ତରାଧିକାରୀ ପ୍ରମାଣପତ୍ର ଜାଲିଆତି ବୋଲି ଜଣାପଡିଥିଲା । ରେଜିଷ୍ଟ୍ରେସନ୍‌ ଅଫିସର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ଗମ୍ଭିରତା ସହ ଗ୍ରହଣ କରି କଲମପୁର ତହସିଲଦାର ସ୍ମରଣୀକା ତୁଳ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଗତକାଲି ଉଭୟ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ । ତଦନ୍ତ ପରେ ଆଜି ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଥିବା ପୁଲିସଠାରୁ ଜଣାପଡ଼ିଛି । ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଲମପୁର ଥାନା କେସ ନଂ ୫୨/୨୪ରେ ମାମଲା ପଞ୍ଜିକୃତ ହୋଇଥିବା ସହ ୪୨୦, ୪୬୮, ୪୭୧ ଆଇପିସି ଧାରା ୩୪ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି । ଅନ୍ୟପକ୍ଷେ ତହସିଲଦାରଙ୍କଠାରୁ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏହି ଜାଲିଆତି ପଛରେ ଏ ୨ ଜଣ ନା’ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ହିଁ ତଦନ୍ତ ସାପେକ୍ଷ ।

jay balangir
Leave A Reply

Your email address will not be published.

4 × three =

error: Content is protected !!