ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା କରୋନା ପଜିଟିଭ୍‌ ଚିହ୍ନଟ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଆଜି କରୋନା ପୋଜିଟିଭ ଚିହ୍ନଟ ହୋଇ ବରଗଡ଼ସ୍ଥିତ ବିକାଶ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ଦେବତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ପୁଅ ବାବୁଲୁ ଦେବତା ବିକାଶ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ପରୀକ୍ଷା ନିରୀକ୍ଷା ବେଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ବୋଲି ତାଙ୍କ ପୁଅ ବାବୁଲୁ ଦେବତା ସୂଚନା ଦେଇଛନ୍ତି । ପ୍ରକାଶ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ସେ କହିଛନ୍ତି । ତାଙ୍କ ଶୀଘ୍ର ଆରୋଗ୍ୟ ଲାଭ ପାଇଁ ଅଂଚଳବାସୀ ଭଗବାନଙ୍କଠାରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.