ପରଲୋକରେ ଶତାୟୁ ପ୍ରହଲ୍ଲାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏ ସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଶତାୟୁ ଗୋପୀନାଥ ବାରିକଙ୍କ ଗତକାଲି ରାତ୍ରରେ ବିୟୋଗ ଘଟିଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନାଟ୍ୟ ପ୍ରହଲ୍ଲାଦ ନାଟକରେ ସେ ମୁଖ୍ୟ ଚରିତ୍ର ପ୍ରହଲ୍ଲାଦ ଭୂମିକାରେ ଅଭିନୟ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ଯଶ ଅର୍ଜନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳର ବହୁ ଶୁଭେଚ୍ଛୁ, ଆତ୍ମୀୟ ସ୍ୱଜନ, ବିଶିଷ୍ଟ ବ୍ୟକ୍ତି ବିଶେଷ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଗଞ୍ଜାମ ଜିଲ୍ଲାରେ ଆଇନ ଅମାନ୍ୟ ପଦଯାତ୍ରାରେ ସେ ସେହି ସ୍ୱରାଜ ଆନ୍ଦୋଳନରେ ସାମିଲ ହୋଇ ଗାନ୍ଧୀଙ୍କ ସହ ମିଶି ଦୀର୍ଘ ୧୭ କିଲୋମିଟର ପାଦରେ ଚାଲି ଚାଲି ଯାଇ ପଦଯାତ୍ରାରେ ସାମିଲ ହୋଇଥିଲେ । ସେ ଜଣେ ଭଦ୍ର, ପରୋପକାରୀ, ସାମ୍ୟବାଦୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ତିନି ପୁତ୍ର, ପୁତ୍ରବଧୁ, ତିନି ଝିଅ, ଜ୍ୱାଇଁ, ନାତି, ନାତୁଣୀ, ବନ୍ଧୁ, ପରିବାର, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven + 20 =