
ବରଗଡ, (ମୁନ୍ନା ସାହୁ) : ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶନିବାର ଦିବା ୧୧ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ସରପଞ୍ଚ ସଂଘର ବିକ୍ଷୋଭ ପ୍ରଦର୍ଶନ । ନାରାବାଜୀ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ନାରୀଙ୍କୁ ସୁରକ୍ଷା ଦେବା କଥା ସରକାର କହୁଥିବା ବେଳେ ଚାମେଲି ଓଝାଙ୍କ ପ୍ରତି ଏ କିଭଳି ସୁରକ୍ଷା ବୋଲି ପ୍ରଶ୍ନ କରିଛି ସରପଞ୍ଚ ସଂଘ । ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ କରିବାରେ ଅବହେଳା ହେଲେ ଆଗାମୀ ଦିନରେ ସରପଞ୍ଚ ସଂଘ ଆନ୍ଦୋଳନ କରିବା ସହ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଖୋଲା ଚେତାବନୀ ଦେଇଛି । ତେବେ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଚାମେଲିଙ୍କୁ ନ୍ୟାୟ ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି ।