jayashree

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଦେବୀପୁତ୍ର ମୁରଲୀ ଭୋଇ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠ ତଥା ଶାରଳା ସେବା ସଂଗଠନର ମୁଖ୍ୟ ପୃଷ୍ଠପୋଷକ ତଥା ଦେବୀପୁତ୍ର ମୁରଲୀ ଭୋଇ ନିଜ ୫୪ ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଅବସରରେ ସ୍ଥାନୀୟ “ସୁର ସଙ୍ଗୀତ” ଅନୁଷ୍ଠାନ ତରଫରୁ ଭଜନ ପରିବେଷଣ କରାଯାଇଥିଲା । ଏଥିସହିତ ଲୋଇସିଂହା ବ୍ଲକ ତଥା ଜିଲ୍ଲା ସ୍ତରରେ ମାଟ୍ରିକ ଓ ଦ୍ଵାଦଶ ଶ୍ରେଣୀରେ ଟପ୍ପର ହୋଇଥିବା ବିଦ୍ୟାର୍ଥୀ ଏବଂ ଶିକ୍ଷା, କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ମା’ ଶାରଳାଙ୍କ କୃପାରୁ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ଦୈବୀଶକ୍ତିର ବିନିଯୋଗ କରି ଶକ୍ତିପୀଠ ଜରିଆରେ ଅଞ୍ଚଳର ଉନ୍ନତି ପାଇଁ ଅନବରତ ପ୍ରଚେଷ୍ଟା ତଥା ଅସହାୟ ଓ ଅନଗ୍ରସର ପିଲାଙ୍କ ଶିକ୍ଷା ଓ ସେମାନଙ୍କ ବିବାହ କ୍ଷେତ୍ରରେ ଶ୍ରୀ ଭୋଇଙ୍କ ଅବଦାନକୁ ଉପସ୍ଥିତ ଅତିଥି ଗଣ ଭୁୟସୀ ପ୍ରଶଂସା କରିଥିଲେ । ସରୋଜ ମହାକୁର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦେବେନ୍ଦ୍ର ମିସ୍ତ୍ରୀ, ବୃଷଭ ମେହେର, ଆଶିଷ ବାରିକ, ଘାସିରାମ ପୁଟା, ରୀତା ମେହେର, ସତ୍ୟନାରାୟଣ ମେହେର, ମୋହନ ମେହେର ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଶାରଳା ସେବା ସଂଗଠନର ସମ୍ପାଦକ ବ୍ରଜମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.