
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍ଟିଇଏମ୍ କାର୍ଯ୍ୟକ୍ରମ ଉଦ୍ଯାପନୀ ଉତ୍ସବରେ ଶିଶୁମାନଙ୍କର ଅନୁଭୂତି, କଳ୍ପନାଶକ୍ତି, ସୃଜନ କ୍ଷମତା ଏବଂ ବୈଜ୍ଞାନିକ ଚିନ୍ତାଧାରାର ଏକ ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅଭିଭାବକ, ଯୁବ ସ୍ୱଚ୍ଛାସେବୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜୟ ମା’ ପାଟଣେଶ୍ୱରୀ କଲେଜର ପ୍ରତିଷ୍ଠାତା ତଥା ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ଶୁସିଲ କୁମାର ଗୁରୁ ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ଦଳପତି, ସସ୍ମିତା ସେନବାରିକ, ଆତ୍ମା ଶକ୍ତିଟ୍ରଷ୍ଟ କାର୍ଯ୍ୟକର୍ତ୍ତା, ମନ୍ତ୍ରଫର ଚେଁଞ୍ଜ ସାଥି ଶୁଭଙ୍କର ନାୟକ, ସାଥି ଆରଫିନ, ଖପ୍ରାଖୋଲ ଏବିଇଓ, ଲୋକ ଉନ୍ନତି ସଂଗଠନ ଜିଲ୍ଲାସ୍ତରୀୟ ସମ୍ପାଦକ ଲିପିକା ହରପାଲ, ପାଟଣାଗଡ ବ୍ଲକର ରୋମିଇ ଉଚ୍ଚ ବିଦ୍ୟାଳୟର ପ୍ରିୟାଂଶୁ ଶେଖର ଦ୍ୱାରୀ ବିଜ୍ଞାନ ଶିକ୍ଷକ, ଲୋକ ଉନ୍ନତି ସଂଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ଜିଲ୍ଲାର ମୋଟ ୫ଟି ବ୍ଲକର ୨୧ ଗ୍ରାମପଞ୍ଚାୟତର ୨୫ଟି ଗାଁରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ମୋଟ ୩୨୬ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ଅବକାଶ ସମୟରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଦୀର୍ଘ ୬ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଏହାର ମୂଳ ଉଦ୍ଦେଶ୍ୟ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ଉତ୍ସକତା, ବୈଜ୍ଞାନିକ ମନୋଭାବ ଏବଂ ସମସ୍ୟା ସମାଧାନ ଦକ୍ଷତା ବିକାଶକୁ ଆଗକୁ ନେବା । ଉଦଯାପନି କାର୍ଯ୍ୟକ୍ରମରେ ଶିଶୁମାନେ ବିଭିନ୍ନ ବିଜ୍ଞାନ ମଡେଲ, ପରୀକ୍ଷଣ ଓ ଶିକ୍ଷଣ କାର୍ଯ୍ୟକଳାପ, ଅଭିନତା ଓ ବୈଜ୍ଞାନିକ ଚିନ୍ତାଧାରା ଉପସ୍ଥାପନା କରିଥିଲେ । ସେମାନଙ୍କ ଆତ୍ମାବିଶ୍ୱାସ, ନୂତନ ଚିନ୍ତାଧାରା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ଆକର୍ଷତ କରିଥିଲା । ଆଜିର ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର କର୍ମୀ ସ୍ୱର୍ଣ୍ଣଲତା ନାୟକ ।