csstore

ଷଷ୍ଠ ଦିନରେ ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଆହ୍ଵାନ କ୍ରମେ ବିଭିନ୍ନ ଦାବୀ ପୂରଣ ପାଇଁ ବଲାଙ୍ଗିର ବିଦ୍ୟୁତ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଓପିଟିସିଏଲ୍ ଲାଲଟିକ୍ରା ଗ୍ରୀଡ ଓ ଡିଜିଏମ୍ ଅଫିସ ସମ୍ମୁଖରେ ଦୀର୍ଘ ୬ ଦିନ ହେଲା କଳା ବ୍ୟାଚ ପିନ୍ଧି ଓପିଟିସିଏଲ୍ ମ୍ୟାନେଜମେଣ୍ଟ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଦାବୀ ନେଇ ଏକତା ମଞ୍ଚ ପକ୍ଷରୁ ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ଉଦ୍ଧବ କରନ, ସୁରେନ୍ଦ୍ର ସେଟ, ରାହୁଲ ନାଏକ, ଜ୍ୟୋତି ମହାନ୍ତି, ଅମିତାଭ ଦାସ, ସନ୍ତୋଷ ସୁଆର, କମଲ ରାଉତ, ଶ୍ରୀଧର ପଣ୍ଡା, ଧନଞ୍ଜନ ପଧାନ, ଗୋକୁଲ ହାତୀ, ବିଜୟ ମହାପାତ୍ର, ହରିହର ପଧାନ, ପ୍ରଶାନ୍ତ ଖଟୁଆ ଓ ଅନ୍ୟ କର୍ମଚାରୀମାନେ ଯୋଗଦେଇ ଆଗାମୀ ଦିନରେ ମ୍ୟାନେଜମେଣ୍ଟ ତରଫରୁ କୌଣସି ପ୍ରକାର ଆଲୋଚନା କରି ଦାବୀ ପୂରଣ ନହେଲେ ଆଗାମୀ ୧୬ ତାରିଖରେ ଭୁବନେଶ୍ୱର ସ୍ଥିତ ଓପିଟିସିଏଲ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶାର ସମସ୍ତ ବିଦ୍ୟୁତ କର୍ମଚାରୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.