csstore

ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତ୍ତୃତ୍ୱରେ ଛତ୍ରପୁର ସହରରେ ଗୁରୁବାର ଏକ ଶୋଭାଯାତ୍ରା ବାହାରିଥିଲା । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଶୋଭାଯାତ୍ରା ପହଞ୍ଚି କଂଗ୍ରେସର ପୁରୁଖା ନେତ୍ତୃବର୍ଗ ଓ ଶହସ୍ରାଧିକ କର୍ମୀଙ୍କ ପକ୍ଷରୁ କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସାଂଗକୁ ରାଜ୍ୟର ନବୀନ ସରକାରଙ୍କ ବିରୁଦ୍ଧରେ କଟୁ ସମାଲୋଚନା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୋଦୀଙ୍କୁ ହିଟଲର ଶାସନ ଚଳିବ ନାହିଁ ବୋଲି ନାରାବାଜି ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ପ୍ରତି କରିଥିବା ଅନ୍ୟାୟ ଓ ଅବିଚାର ଷଡ଼ଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟ ପଦବୀ ରଦ୍ଧ କରିଦେବା ଏବଂ ତାଙ୍କ ସରକାରୀ କ୍ୱାଟରରୁ ହଟାଇଦେବା ଏକ ଅଗଣତାନ୍ତ୍ରୀକ ନୀତି ବୋଲି ତୀବ୍ର ବିରୋଧ କରିଥିଲେ ।

ଗଞ୍ଜାମ ଜିଲ୍ଲା କଂଗ୍ରେସର ଏହି ପ୍ରତିବାଦ ସଭାରେ ବିରୋଧୀ ଦଳର ନେତା ବିଧାୟକ ତାରା ପ୍ରସାଦ ବାହିନୀପତି କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ତୀବ୍ର ସମାଲୋଚନା କରିଥିଲେ । ଛତ୍ରପୁର ସଂଗଠନର ମୁଖ୍ୟ ସଂଯୋଜକ ତଥା ହରିଜନ ସେଲ୍ ସଭାପତି ଭାଗିରଥି ବେହେରା, ଜିଲ୍ଲା ମହିଳା ସଙ୍ଗଠିକା ବନଜା ପଣ୍ଡା, ଶ୍ରୀମତୀ ଗୀତା ସାହୁ, ଜିଲ୍ଲା ସମ୍ପାଦକ ଦଣ୍ଡପାଣି ପାତ୍ର, ଗଣେଶ ରେଡ୍ଡୀ, ଅବନୀ ଶତପଥୀ, କାଳିଆ ରାଉଳ, ଆଡଭୋକେଟ୍‌ ତଥା ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ଭୀମା ରେଡ୍ଡୀ, ଯୁବନେତା ମହେଶ ଗୌଡ଼ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.