pakka

ଗ୍ରୀଷ୍ମ ଛୁଟିରେ ସନ୍ଦେହ ମୋଚନ ନିରନ୍ତର ଶିକ୍ଷା ପ୍ରଦାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପିଲାମାନଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି । ହେଲେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଲର ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଅନୁରୋଧ କ୍ରମେ ସକାଳ ୬.୩୦ ମି.ରୁ ୮. ୩୦ ମି.ପର୍ଯ୍ୟନ୍ତ ସନ୍ଦେହ ମୋଚନ ଶିକ୍ଷାଦାନ ଚାଲିଛି । ଯାହା ଫଳରେ ମେଧାବୀ, ଗରିବ, ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଶ୍ରେଣୀର ଛାତ୍ରୀମାନେ ବିଶେଷ ଉପକୃତ ହେଉଛନ୍ତି । ପ୍ରକାଶ ଥାଉକି ଏହି ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟିତ୍ରୀମାନେ ପ୍ରତେକ ଶିକ୍ଷ୍ୟା ବର୍ଷରେ ଦଶହରା, ବଡଦିନ, ଗ୍ରୀଷ୍ମକାଳୀନ ଛୁଟି ସହିତ ରବିବାର ଦିନମାନଙ୍କରେ ଶିକ୍ଷାଦାନ ଦେଉ ଥିବାରୁ ପ୍ରାୟତଃ ୧୫ କି. ମି. ଦୂର ଦୂରାନ୍ତରରୁ ପିଲା ବିଦ୍ୟାଳୟକୁ ଆସିଥାନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ / ଶିକ୍ଷୟତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଦୀର୍ଘ ନଅବର୍ଷ ଧରି ୧୦୦ ଶତକଡା ରେଜଲ୍ଟ ସହିତ ଗୁନାତ୍ତ୍ମକ ପରୀକ୍ଷା ଫଳ ମିଳୁଛି ।

Leave A Reply

Your email address will not be published.

13 − 10 =