pakka

ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ୧୩୫୧ ପ୍ରାର୍ଥୀ ଲଢ଼ିବେ ନିର୍ବାଚନ

bbehera

● ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ନିମନ୍ତେ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ସଂସଦୀୟ କ୍ଷେତ୍ର ପାଇଁ ୨୯୬୩ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ୧୩୫୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ଏଥିରେ ମଧ୍ୟପ୍ରଦେଶର ୨୯-ବେତୁଲ (ଏସ୍‌ଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ପାଇଁ ୮ ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ଗୁଜରାଟର ସୁରତ ସଂସଦୀୟ କ୍ଷେତ୍ରରୁ ଜଣେ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୨ ଏପ୍ରିଲ, ୨୦୨୪ ଥିଲା । ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ସଂସଦୀୟ କ୍ଷେତ୍ର (୨୯-ବେତୁଲକୁ ମିଶାଇ) ପାଇଁ ମୋଟ ୨୯୬୩ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ସମସ୍ତ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ତୃତୀୟ ପର୍ଯ୍ୟେୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୧୯ ଏପ୍ରିଲ ୨୦୨୪ ଥିଲା । ଦାଖଲ ହୋଇଥିବା ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ପରେ ୧୫୬୩ଟି ନାମାଙ୍କନପତ୍ର ବୈଧ ବୋଲି ଜଣାପଡ଼ିଥିଲା । ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୬୫୮ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ମହାରାଷ୍ଟ୍ରର ୧୧ଟି ସଂସଦୀୟ କ୍ଷେତ୍ରରୁ ୫୧୯ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ଏହି ରାଜ୍ୟର ୪୦- ଓ ସମାନାବାଦ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭୭ଟି ନାମାଙ୍କନ ପତ୍ର ଭରାଯାଇଛି । ଛତିଶଗଡ଼ର ୫-ବିଳାସପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୬୮ଟି ନାମାଙ୍କନ ଫର୍ମ ଦାଖଲ କରାଯାଇଛି ।

Leave A Reply

Your email address will not be published.

17 − four =