pakka

ଟାଙ୍ଗିଆରେ ହାଣି ଜଣେ ବୃଦ୍ଧଙ୍କୁ ହତ୍ୟା

bbehera

ରାୟଗଡ଼ା : ଟାଙ୍ଗିଆରେ ହାଣି ଜଣେ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ହେଲେ ସ୍ଥାନୀୟ ଥାନା ଅଧୀନ କୁମ୍ଭିକୋଟା ପଞ୍ଚାୟତ ପୁଞ୍ଜାପାଇ ଗାଁର ଲାଚ୍ଛା ମାଣ୍ଡାଙ୍ଗି(୫୦) । ବୁଧବାର ମଧ୍ୟାହ୍ନରେ ଲାଚ୍ଛା ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ । ନିଶାସକ୍ତ ଅବସ୍ଥାରେ ମଦନ ସେଠାରେ ପହ‌ଞ୍ଚିଥିଲା । କୌଣସି କାରଣ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ମଦନ ରାଗିଯାଇ ଟାଙ୍ଗିଆରେ ଲାଚ୍ଛାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହାଇଥିଲା । ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନ୍‌ଭିନ୍‌ କରିଛି । ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସେହି ଗାଁର ମଦନ ମାଣ୍ଡାଙ୍ଗିକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ‌ଠାଯାଇଥିବା ଆଇଆଇସି କେକେବିକେ କହଁର କହିଛନ୍ତି ।

Leave A Reply

Your email address will not be published.

nineteen − 10 =