ଡ୍ରାଇଭର ମହାସଂଘ ଗଞ୍ଜାମ ଶାଖା ପକ୍ଷରୁ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ୯ ଦଫା ସମ୍ଭଳିତ ଦାବୀପତ୍ର ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ପରିବାରକୁ ୨୦ ଲକ୍ଷ ଏବଂ ଅକର୍ମଣ୍ୟଙ୍କୁ ୧୦ ଲକ୍ଷ ଟଙ୍କା, ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ୫ ଲକ୍ଷ, ୫୫ ବର୍ଷ ପରେ ପେନସନ୍‌ ବ୍ୟବସ୍ଥା, ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ଓ ସ୍ୱତନ୍ତ୍ର ଆଇନ, ପାର୍କିଂ ଓ ବିଶ୍ରାମଗାର ନିର୍ମାଣ, ଶୌଚାଳୟ, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ, ଡ୍ରାଇଭରଙ୍କ ପିଲାମାନେ ପାଠ ପଢିବା ପାଇଁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା, ଲାଇସେନ୍ସ ଫିଜ୍‌ ୧୫ ହଜାର ଟଙ୍କା ବାଧ୍ୟତାମୂଳକକୁ ହଟାଇବା ଇତ୍ୟାଦି ଦାବୀ ପତ୍ରରେ ଉଲେଖ ରହିଛି । ଦାବୀପତ୍ର ଦେବା ବେଳେ ଗଞ୍ଜାମ ଶାଖା ସଭାପତି ନରେନ୍ଦ୍ର ଚଣ୍ଡ, ଉପସଭାପତି ଧରଣୀ ଧର ସାହୁ, ସମ୍ପାଦକ ବବୁଲ ସାହୁ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ଛଟେଇଙ୍କ ସମେତ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eighteen + ten =