ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ

  • ରାଉରକେଲା ଜନସାଧାରଣ ନର୍କକୁ ମଧ୍ୟ ସ୍ୱର୍ଗ କରି ଦେଇପାରନ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜନସାଧାରଣ ନର୍କକୁ ମଧ୍ୟ ସ୍ୱର୍ଗରେ ପରିଣତ କରିଦେଇପାରନ୍ତି ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ କହିଛନ୍ତି । ସେକ୍ଟର ୨ ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ରାଜ୍ୟ ପର୍ଯ୍ୟଟନ ଓ ଉନ୍ନୟନ ନିଗମର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ମୁଖ୍ୟ ଅତିଥି, ଉଦଘାଟକ ଭାବେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଗୌତମ ବୁଦ୍ଧ ଦାସ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ କୁନବିହାରୀ ଦାସ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ପୁର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଉତ୍କଳୀୟ ସାଂସ୍କୃତିକ ପରମ୍ପରା ତଥା ଭାଷା ସାହିତ୍ୟ ବଂଚାଇ ରଖିବା ପାଇଁ ଅନୁଷ୍ଠାନ ଯେପରି କାର୍ଯ୍ୟକ୍ରମ ଜାରି ରଖିଛି ତାହା ପ୍ରଶଂସନୀୟ ବୋଲି କହିଥିଲେ । ତେବେ କେବଳ ଚାକିରି ପଛରେ ନଗୋଡାଇ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ ଦେଇଥିଲେ । ଦୁଇଦିନିଆ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦ୍‌ଘାଟକ, ମୁଖ୍ୟଅତିଥି ଭାବେ ଭୁବନେଶ୍ଵର ଉତ୍ତରର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟଅତିଥି, ସ୍ୱତନ୍ତ୍ର ଅତିଥି ଭାବେ କୁନବିହାରୀ ଦାସ, ସୁବ୍ରତ ତରାଇ ଓ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଶୁଭ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭାଷା ସଂସ୍କୃତି ଓ ରାଉରକେଲା ଉପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି କହିଥିଲେ । ପ୍ରାରମ୍ଭରେ ସଭାପତି ଅଭୟ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସଂପାଦକ ଶଙ୍କର ଜେନା ସଂପାଦକୀୟ ବିବରଣୀ ସହ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।ପ୍ରଥମ ଦିନରେ ଉପଦେଷ୍ଟା ରଶ୍ମିତ ସାହାଣୀ ଓ ଦ୍ୱିତୀୟ ଦିନରେ ଉପଦେଷ୍ଟା ନୀଳାମ୍ବର ପୁହାଣ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଡଃ ସରିତା ମଲ୍ଲ, ସିଲି ମହାନ୍ତି, ମୋନାଲିସା ସାହୁ, ମୋନାଲିସା ଗୌଡ ପ୍ରମୁଖ ମଂଚ ସଂଯୋଜନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସଂଜୀବ ନାୟକ, ସସ୍ମିତା ପୃଷ୍ଟି, ଅମୂଲ୍ୟ ଚରଣ ବରାଳ, ରେଞ୍ଜର ସ୍ୱାଧୀନତା ସାହାଣୀ, କବିତା ମହାକୁଡ, ଚିନୁ କିସନ କାଶିମ, ମୀରା ପତି, ଅର୍ଚ୍ଚନା ମଲ୍ଲିକ, ଉମେଶ ଚନ୍ଦ୍ର ସାହୁ, ମିଶନ ସଣ୍ଡେ, ଗୁରୁଦ୍ୱାରା ରାଉରକେଲାକୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଶାନ୍ତ ସେଠୀ, ଉପଦେଷ୍ଟା ଦେବେନ୍ଦ୍ରନାଥ ସାମନ୍ତରାୟ, ମୀନତି ଦେବତା, ବିଶ୍ୱରଂଜନ ବେହୁରିଆ, ପ୍ରଫୁଲ୍ଲ ସୁନାନୀ, ବିଜୟ ପ୍ରଧାନ, ଦିଲ୍ଲୀପ କର, ସନ୍ତୋଷ ସ୍ୱାଇଁ, ଆଦିତ୍ୟ ବାରିକ, ବିରେନ୍ଦ୍ର ସ୍ୱାଇଁ, ଚନ୍ଦନ ରାଉତ ପ୍ରମୁଖ ମଂଚାସୀନ ଥିଲେ । ପ୍ରଥମ ଦିନରେ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟମାନ ସାଗର ଓ ତାଙ୍କ ଟିମ୍ ସାଗର ସଂଗମର କଳାକାର ତଥା ଦ୍ୱିତୀୟ ଦିନରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଇ ସଂଗମ ଟିମ୍‌ର କଳାକାର ମାନେ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ପାରମ୍ପାରିକ ନୃତ୍ୟ, ଓଡିଶୀ, ସମ୍ବଲପୁରୀ ଆଦି ବିଭିନ୍ନ ଅନୁଷ୍ଠାନ ତରଫରୁ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗରିମା ଟିମ୍ ସହ ପରିଷଦର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − 14 =