ମ.ରାମପୁର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • ବୁଦେଲ୍ ଗୁମା ଚମ୍ପିୟାନ, ଟକର୍ଲା ରନର ଅପ୍

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଫୁଟବଲ୍ କ୍ଲବ୍ ଆନୁକୂଲ୍ୟରେ ଗତ ଦୁଇ ତାରିଖଠାରୁ ଆରମ୍ଭ ହେଇଥିବା ମ.ରାମପୁର ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବୁଦେଲ ଗୁମା ଦଳ ବିଜେତା ହୋଇଥିବା ବେଳେ ଟକର୍ଲା ଦଳ ଉପ ବିଜେତା ହୋଇଥିଲେ । ବିଜେତା ଦଳଙ୍କୁ ସାତ ହଜାର୍ ଟଙ୍କା ଓ ଟ୍ରଫି ଏବଂ ଉପ ବିଜେତା ଦଳଙ୍କୁ ପାଞ୍ଚ ହଜାର ଟଙ୍କା ଓ ଟ୍ରଫି ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହିରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ନୀଳ ମାଧବ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ବିକାଶ ରଞ୍ଜନ ସିଂହ ଦେଓ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ଭଗବାନ ଭୋଇ, ପ୍ରଦୀପ ପାଣିଗ୍ରାହୀ ଓ ସୁରଜିତ ଲାକ୍ରା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ପ୍ରବୀଣ ଭୋଇ, ଆଲୋକ ବେହେରା ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ଖେଳଟି ଶେଷ ପର୍ଯ୍ୟନ୍ତ ଅମିମାଂସିତ ରହିଥିଲା । ପରେ ପେନାଲ୍ଟିରେ ବୁଡେଲ ଗୁମା ବିଜୟୀ ହୋଇଥିଲେ । ଧାରା ବିବରଣୀ ଶୁଭେନ୍ଦୁ ବିଶି ଦେଇଥିଲେ । କାର୍ଯ୍ୟକ୍ରମ ସଂପର୍କରେ ବିଜୟ ଭୋଇ ସୂଚନା ଦେବା ସହ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଖେଳ ପରିଚାଳନା କରିଥିଲେ ସନ୍ତୋଷ ନାୟକ, ଲାଇନ୍ ମ୍ୟାନ ଥିଲେ ବିନୋଦ ଓ ପିଙ୍କୁ । ସମସ୍ତ ଖେଳ ପରିଚାଳନାରେ ପି ଭି ରାଓ, ଦୀନେଶ କୁମାର୍, ଅମୂଲ୍ୟ ଦାଶ, କ୍ଷୀରୋଦ ହେର୍ଣ୍ଣା, ମନୋଜ ସା, ବିନୋଦ ହେର୍ଣ୍ଣା, ଦୁଷ୍ମନ୍ତ, ସୁବଳ, ଦେବେଶ ଷଣ୍ଢ, ଜିତେନ୍ଦ୍ର ପ୍ରଦୀପ, କୁନା, ଅଞ୍ଜନା ମହାଖୁଡ ଓ ମହିଳା ଫୁଟବଲ୍ ଦଳର ସମସ୍ତ ସଭ୍ୟ, ମ.ରାମପୁର ଫୁଟ୍‌ବଲ୍ କ୍ଲବର କର୍ମକର୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

two × 2 =