ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜଙ୍କ ପ୍ରଖର ନିର୍ବାଚନୀ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେର ନିର୍ବାଚନୀ ପ୍ରଚାରାକୁ ଆହୁରି ପ୍ରଖର କରିଥିବା ଦେଖିବାକୁ ମିଳିଛି । ନିଜ ସାଥୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଗାଁକୁ ଗାଁ ବୁଲି ଭୋଟର୍‌ଙ୍କୁ ଭେଟିବା ସହ ବିଜେଡ଼ିର ଲୋକାଭିମୁଖୀ ଯୋଜନା ସଂପର୍କରେ ଅବଗତ କରାଉଛନ୍ତି ବିଧାୟକ ପ୍ରାର୍ଥୀ ସରୋଜ । ଆଗାମୀ ୨୦ ତାରିଖ ଦିନ ବିଜେଡ଼ି ସପକ୍ଷରେ ଭୋଟ ଦେଇ ଓଡ଼ିଶାର ବିକାଶ ଧାରାରେ ସମସ୍ତେ ସାମିଲ୍‌ ହେବାକୁ ସେ ନିବେଦନ କରୁଛନ୍ତି । ଏହି କ୍ରମରେ କୁତୁର୍ଲା, ଡାଙ୍ଗବାହାଲ, ଦେଭୂଇଁ, ରେଙ୍ଗାଲି, ବାଗବାହାଲି, ଦୈତାରୀମୁଣ୍ଡା, ଭରତବାହାଲ, ପୁଡ଼ାପଦର, ଘସିଏନ୍‌ ଆଦି ଗାଁରେ ସରୋଜଙ୍କ ତାୱଡ଼୍‌ ତୋଡ଼୍‌ ପ୍ରଚାର ଦେଖିବାକୁ ମିଳିଛି । ବିଗତ ଦିନରେ ବିରୋଧୀଙ୍କ ଦାୟିତ୍ୱହୀନ ଦିଗ ସଂପର୍କରେ ପ୍ରଚାର ସମୟରେ ଭୋଟର୍‌ଙ୍କୁ ସୂଚନା ମଧ୍ୟ ଦେଉଛନ୍ତି ସରୋଜ ।

Leave A Reply

Your email address will not be published.

15 + seven =