ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଗିରଫ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଦକ୍ଷୀଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦାସିଗାଁ ବିଟ୍ ଅଞ୍ଚଳରେ ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଜଣ ଗିରଫ ହେବା ଘଟଣା ଏ ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ଚିଲିଗୁଡା ଫାଣ୍ଡି ଅନ୍ତର୍ଗତ ଚୋର ଖସିଗୁଡା ଗ୍ରାମର ବିକ୍ରମ ମାଝି ଓ ଚାଚ୍ରି ମାଝି କାଞ୍ଜିକୋନା ଜଙ୍ଗଲରେ ଜାଳ ବିଛାଇ ପକ୍ଷୀ ଶିକାର କରୁଥିବା ବେଳେ ବନବିଭାଗ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ପକ୍ଷୀ ଶିକାର ପାଇଁ ବ୍ୟବହୃତ ଜାଳ, କିଙ୍ଗଫିସର୍‌ ଓ ସ୍ପୋଟେଡ୍‌ଡବ୍ ପକ୍ଷୀ ଜବତ କରିବା ସହିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ କେସ ନଂ -ଓଆର୧୬/୨୪-୨୫ ମାମଲାରେ ପଞ୍ଜିକୃତ କରି ଆଜି କୋର୍ଟ ଚାଲାଣ କରିଛି । ଏଥିରେ କେତେ ପରିମାଣର ପକ୍ଷୀ ଜବତ କରାଗଲା ଓ କେଉଁ କର୍ମଚାରୀମାନେ ଚଢ଼ଉ କରିଥିଲେ ସେ ନେଇ ବିଭାଗ ସୂଚନା ଦେଇ ପାରିନାହିଁ ।

Leave A Reply

Your email address will not be published.

2 + ten =