pakka

ପଦ୍ମପୁର ଉପନିର୍ବାଚନ ପ୍ରଚାର

bbehera
  • ଏହି ମାଟିରେ ଜନ୍ମ, ଏହି ମାଟିରେ ମରିବି : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ଏହି ମାଟିରେ ଜନ୍ମ, ଏହି ମାଟିରେ ମରିବି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ପଦ୍ମପୁର ଅଂଚଳବାସୀଙ୍କ ସେବାରେ ଅଛି ଏବଂ ତାଙ୍କ ଆଶୀର୍ବାଦ କାରଣରୁ ୨୦୧୪-୨୦୧୯ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇ ଶ୍ରେଷ୍ଠ ବିଧାୟକ ଭାବେ ମାନ୍ୟତା ମଧ୍ୟ ପାଇଲି । ମୋର ଏଇଟା ଜନ୍ମ ମାଟି । ଗନ୍ଧମାର୍ଦ୍ଦନ, ହରିଶଙ୍କର ଏବଂ ନୃସିଂହନାଥ ବଂଚାଇବା ପାଇଁ ଏ ଅଂଚଳର ଭାଇ, ଭଉଣୀ, ଦାଦା, ମାଉସୀମାନଙ୍କ ସହିତ କାମ କରିଛି । ବିରୋଧୀ ବିଜେପି ଦଳର ହୋଇ ଶ୍ରେଷ୍ଠ ବିଧାୟକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢିବା ସହିତ ମୋତେ ପଦ୍ମପୁର ଅଂଚଳବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉପରେ ରୋକ୍ ଲଗାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ସେନାପତିମାନଙ୍କୁ ପଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ୬୦ରୁ ଉର୍ଦ୍ଧ୍ୱ ବିଧାୟକ ଏବଂ ୧୫ ଜଣ ମନ୍ତ୍ରୀ ପଦ୍ମପୁର ନିର୍ବାଚନ ମଣ୍ଡଳରେ ଡେରା ପକାଇଛନ୍ତି । ଶାସନ କଳ, ଅର୍ଥ ବଳ ଏବଂ କଳ ବଳ ଲଗାଇ ଭୋଟରମାନଙ୍କୁ ପ୍ରଭାବିତ କରାଯାଉଛି । ପଦ୍ମପୁରର ମୋର ଭାଇ, ଭଉଣୀ, ଦାଦା, ମାଉସୀମାନଙ୍କ ମୋ ମୁଣ୍ଡ ଉପରେ ଆଶୀର୍ବାଦ ରହିଲେ, ମୋର କିଛି କରିପାରିବେ ନାହିଁ । “ଏହି ମାଟିରେ ଜନ୍ମ, ଏହି ମାଟିରେ ମରିବି, କେଉଁଠିକି ଯିବି ନାହିଁ” । ଆଗାମୀ ୫ ତାରିଖରେ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ମୋତେ ଆଶୀର୍ବାଦ କରିବେ ବୋଲି ଆଜି ପାଇକମାଲ ଏବଂ ପଦ୍ମପୁରଠାରେ ଅନୁଷ୍ଠିତ ଜନ ସମାବେଶରେ ଉଦ୍‌ବୋଧନ ଦେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି ।

Leave A Reply

Your email address will not be published.

nine − six =