oom

ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ମହାନଗର ନିଗମ ମେୟର ପ୍ରାର୍ଥିନୀ ମଞ୍ଜୁ ରଥଙ୍କ ନିର୍ବାଚନ ପ୍ରଚାର ଜୋରଦାର

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । କଂଗ୍ରେସର ମେୟର ପ୍ରାର୍ଥିନୀ ମଞ୍ଜୁ ରଥ, ୧୬ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ରଶ୍ମିତା ପ୍ରଧାନ, ୧୭ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥୀ କେ. ରବିଙ୍କ ସମେତ ବିଭିନ୍ନ ୱାର୍ଡରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ବିଧାୟକ ଶ୍ରୀ ଜେନା ବିଭିନ୍ନ ଅଞ୍ଚଳ ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରିଥିଲେ । ପ୍ରାରମ୍ଭରେ ୧୭ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ କାର୍ଯ୍ୟାଳୟକୁ ଶ୍ରୀ ଜେନା ଉଦଘାଟନ କରି ବ୍ରହ୍ମପୁର ସହରର ମୌଳିକ ସମସ୍ୟା ସମାଧାନ କରିବା ଦିଗରେ ମହାନଗର ନିଗମ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ଏହି ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କଂଗ୍ରେସ ହିଁ ଏକ ବିକଳ୍ପ ଦଳ । ଚଳିତ ନିର୍ବାଚନରେ ଭୋଟର ଉଚିତ ଜବାବ ଦେବେ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ନିରପେକ୍ଷ ନିର୍ବାଚନ ପରିଚାଳନା ସଠିକ୍‌ ଭାବେ ହୋଇପାରୁନାହିଁ ବୋଲି କହିବା ସହ ସମ୍ବିଧାନକୁ ସମ୍ମାନ ପ୍ରଦାନ କରାଯାଉ । ମେୟର ପ୍ରାର୍ଥିନୀ ମଞ୍ଜୁ ରଥ ସହରର ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି, ତାହା କେବଳ କଂଗ୍ରେସ ଅମଳରେ ହିଁ ହୋଇଥିଲା । କିନ୍ତୁ ଗତ ଦୁଇ ଦଶନ୍ଧି ଧରି କୌଣସି ଆଖିଦୃଶିଅ । କାର୍ଯ୍ୟ ହୋଇନାହିଁ । ସୌନ୍ଦର୍ଯ୍ୟିକରଣ ପାଇଁ ସହରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସହରବାସୀଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ନିଗମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ସଚେତନ ନାଗରିକମାନେ ଏଦିଗରେ ସୁଚିନ୍ତିତ ବିଚାର କରିବାର ସମୟ ଆସିଛି । ତେଣୁ କଂଗ୍ରେସ ଦଳକୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସି, ଏସଟି ସେଲର ସଭାପତି ଅମିର୍‌ ଭୂୟାଁ, ଜିଲ୍ଲା କଂଗ୍ରେସର ମୁଖପାତ୍ର ରବି ରଥ ପ୍ରମୁଖ ଉଦବୋଧନ ଦେଇଥିଲେ ।

jittmm
Leave A Reply

Your email address will not be published.