oum

୬ ତାରିଖରେ ପ୍ରବଳ ବର୍ଷା : ପାଣିପାଗ ବିଭାଗର ପୂର୍ବାନୁମାନ

jsm

ଭୁବନେଶ୍ୱର : ୫ ତାରିଖରୁ କିଛି ମାତ୍ରାରେ ବଢ଼ିପାରେ ବର୍ଷା ପରିମାଣ । ୬ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । କାଁ ଭାଁ କେଉଁଠି ହେଉଛି ଝିପିଝିପି ବର୍ଷା । ସେହିପରି ମୌସୁମୀ ସିଜିନ୍‌ରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷା ପରିମାଣ । ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.